You are here
Home > ଅଧିକ ଖବର > ଯାଜପୁର :ବିଷାକ୍ତ ଫଳ ଖାଇ ଅସୁସ୍ଥ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତି

ଯାଜପୁର :ବିଷାକ୍ତ ଫଳ ଖାଇ ଅସୁସ୍ଥ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତି

ଯାଜପୁର : ସ୍କୁଲ୍‌ ପରିସରରେ ଥିବା ଏକ ବିଷାକ୍ତ ଗଛର ଫଳ ଖାଇ ଆଜି ବହୁ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ସେମାନଙ୍କ ଅବସ୍ଥା ନିୟନ୍ତ୍ରଣାଧୀନ ରହିଛି। ଯାଜପୁର ଜିଲ୍ଲା ଅନ୍ତର୍ଗତ  କୋରେଇ ବ୍ଲକ୍‌ ଅନ୍ତର୍ଗତ ଶଙ୍ଖଚିଲାର ହିଙ୍ଗୁଳା ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି।

ଆଜି ଅପରାହ୍ନରେ ସ୍କୁଲ୍‌ର କିଛି ଛାତ୍ରଛାତ୍ରୀମାନେ ‘ନକଡ଼ାହାର’  ଏକ ବିଷାକ୍ତ ଗଛର ଫଳ ଖାଇଥଲେ।ଏହାକୁ ଖାଇ ସାରିବା ପରେ ବାନ୍ତି କରିବା ସହିତ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଘରକୁ ଚାଲି ଯାଇଥିବାବେଳେ ଆଉ କିଛି ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସ୍ଥାନୀୟ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଖବର ହସ୍ତଗତ ହେବା ବେଳକୁ ଏହି ଛାତ୍ରଛାତ୍ରୀମାନଙ୍କୁ ସାଲାଇନ୍‌ ଦିଆଯାଇଛି ଏବଂ ସେମାନଙ୍କ ଅବସ୍ଥା ଭଲ ରହିଛି ବୋଲି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର କହିଛନ୍ତି।
ଏହି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ,  ପ୍ରଧାନଶିକ୍ଷୟିତ୍ରୀ  ସ୍କୁଲ୍‌ ପରିସରରେ ଏହିଭଳି ଗଛ ନ ଥିବା କହିଛନ୍ତି। ସେମାନେ ବାହାରେ କେଉଁଠୁ କିଛି ଖାଇଥିବାରୁ ଏପରି ଘଟଣା ଘଟିଛି ବୋଲି ସେ କହିଛନ୍ତି। ବିଷାକ୍ତ ଫଳ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ : ୧୫ ଜଣ ଡାକ୍ତରଖାନାରେ ଭର୍ତି

ONA

Leave a Reply

Top