You are here
Home > ଲାଟେଷ୍ଟ > ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ ଆରମ୍ଭ

ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ ଆରମ୍ଭ

କଟକ: ଆଜିଠୁ ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି । ଏଥିପାଇଁ  ବୋର୍ଡ ପକ୍ଷରୁ ୬୦ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ପରୀକ୍ଷା ଖାତା ମୂଲ୍ୟାୟନ  କରିବାକୁ ୧୪ ହଜାର ୭୭ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି । ନିଯୁକ୍ତି ହୋଇଥିବା ପରୀକ୍ଷକଙ୍କ ମଧ୍ୟରୁ ୧୧ ହଜାର ୨୬୫ ଜଣ ସହପରୀକ୍ଷକ, ୨୧୦୯ଜଣ ଡେପୁଟି ଚିଫ୍ ଓ ୭୦୩ ଜଣ ମୁଖ୍ୟ ପରୀକ୍ଷକ ରହିଛନ୍ତି  । ଖାତା ମୂଲ୍ୟାୟନ ୧୦ ଦିନ ମଧ୍ୟରେ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି । ମୂଲ୍ୟାୟନ ତ୍ରୁଟିଶୂନ୍ୟ ହେବା ନେଇ ମଧ୍ୟ ବୋର୍ଡ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ପରାମର୍ଶ ଦିଆଯାଇଛି । ମୂଲ୍ୟାୟନ ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ । ସୂଚନାନୁସାରେ, ଚଳିତବର୍ଷ ଫେବୃଆରୀ ୨୮ରୁ ମାର୍ଚ୍ଚ ୧୦ ତାରିଖ  ପର୍ଯ୍ୟନ୍ତ ଅନୁଷ୍ଠିତ ପରୀକ୍ଷାରେ ମୋଟ୍ ୬ ଲକ୍ଷ ୮ ହଜାର ୬୫୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ  ।

ONA

Leave a Reply

Top