You are here
Home > ବଡ଼ଖବର > ମୋଦୀଙ୍କ ରାଜ୍ୟରେ ବି ଆଶ୍ରୟସ୍ଥଳୀରେ ଦୁଷ୍କର୍ମ

ମୋଦୀଙ୍କ ରାଜ୍ୟରେ ବି ଆଶ୍ରୟସ୍ଥଳୀରେ ଦୁଷ୍କର୍ମ

ଆଶ୍ରୟ ଦେବା ନାଁରେ ଅନାଥ ଆଶ୍ରମରେ ନାବାଳିକା ଓ ମହିଳାମାନଙ୍କ ଦୁଷ୍କର୍ମ ବଢିବାରେ ଲାଗିଛି । କିଛିନଦିନ ତଳେ ବିହାରର ମୁଜାଫର ନଗର ଓ ଉତ୍ତରପ୍ରଦେଶର ଦେଓରିଆ ଘଟଣା ଥମି ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜୁରାଟରେ ବି ଆଶ୍ରୟ ସ୍ଥଳୀରେ ନିରାଶ୍ରୟଙ୍କୁ ମିଳୁନି ନିସ୍ତାର । ସେଠିବି ହୋଇଛି ଗଣ ଦୁର୍ଷ୍କମ । ଅହମ୍ମଦାବାଦଠାରେ ସରକାରୀ ସହଯୋଗରେ ପରିଚାଳିତ ଏକ ଅନାଥାଶ୍ରମରେ ଯୌନକେଳେଙ୍କାରୀ ଅଭିଯୋଗ ହୋଇଛି । ଉକ୍ତ ଅନାଥାଶ୍ରମ ଅଧିକାରୀଙ୍କ ବିରୋଧରେ ଦୁଇ ଜଣ ନାବାଳିକା ଅନ୍ତୋବାସିନୀ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ବେଳେ ଆଉ ତିନି ଜଣ ସୁରକ୍ଷା କର୍ମୀ ସେମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିବା ସେ କହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନାଥାଶ୍ରମରେ ଅଚାନକ ଚଢାଉ ହୋଇଥିବା ବେଳେ ଏହି ତଥ୍ୟ ସାମ୍ମନାକୁ ଆସିଛି । ପରେ ପ୍ରଶାସନ ପକ୍ଷରୁ ଏଠାରେ ଥିବା 18 ଜଣ ନାବାଳିକାଙ୍କୁ ଓଧାବସ୍ଥିତ ଏକ ଶିଶୁ ସୁରକ୍ଷା କେନ୍ଦ୍ରକୁ ସ୍ଥଆନାନ୍ତର କରାଯାଇଛି । ପୁଲିସ ପକ୍ଷରୁ ଅନାଥଶ୍ରର ପରିଚାଳକ ଆର୍ଶାଦ ସିଦ୍ଦିକି ଓ ସୁରକ୍ଷା କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେପଟେ ସିଦ୍ଦିକି ଏବେ ଦେଶ ବାହାରେ ଥିବା ଜଣା ପଡିଛି । ରାଜ୍ୟ ସାମାଜିକ ନ୍ୟାୟ ବିଭାଗ ମନ୍ତ୍ରୀ ଇଶ୍ୱର ପାରମାର ଅଭିଯୋଗ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଠାରୁ ତଥ୍ୟ ମାଗିଛନ୍ତି ! ତେବେ ଅଭିଯୋଗ ପ୍ରମାଣ ହେଲେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବା ବୋଲି ସେ ସୂଚନା ଦେଇଛନ୍ତି ।

ONA

Leave a Reply

Top