You are here
Home > ଏକ୍ସକ୍ଲୁସିଭ୍ > ମୋଦିଙ୍କ ସହ କୋବିନ୍ଦଙ୍କ ପାରିବାରିକ ସମ୍ପର୍କ

ମୋଦିଙ୍କ ସହ କୋବିନ୍ଦଙ୍କ ପାରିବାରିକ ସମ୍ପର୍କ

ପୁଅ-ଝିଅ ଏୟାରଲାଇନ୍ସରେ
ବୋହୂ ଶିକ୍ଷୟତ୍ରୀ
ନୂଆଦିଲ୍ଲୀ: ଦେଶର ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ । ଦେଶର ପ୍ରଥମ ନାଗରିକ ଭାବେ ଶପଥ ନେଇଥିବା ରାମନାଥଙ୍କ ପରିବାର ସମ୍ପର୍କରେ ଆସନ୍ତୁ ଜାଣିବା । କାନପୁରର ଦେହାତରେ ଜନ୍ମଗ୍ରହଣ କରିଥିବା କୋବିନ୍ଦ(୭୧ବର୍ଷ)ଙ୍କ ପତ୍ନୀ ସବିତା ଜଣେ ଗୃହୀଣି । ତାଙ୍କର  ଦୁଇଟି ସନ୍ତାନ । ପୁଅ ପ୍ରଶାନ୍ତ ଓ ଝିଅ ସ୍ୱାତୀ । ଦୁହେଁ ଏୟାରଲାଇନ୍ସରେ ଚାକିରି କରନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ପ୍ରଶାନ୍ତଙ୍କ ବିବାହ ଗୌରୀଙ୍କ ସହ ହୋଇଛି । ସେ ପେଶାରେ ଜଣେ ଶିକ୍ଷୟତ୍ରୀ । ପ୍ରଶାନ୍ତ ଏବଂ ଗୌରୀଙ୍କ ଦୁଇଟି ସନ୍ତାନ ଥିବା ବେଳେ ସେମାନଙ୍କ ବିବାହରେ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ରାଷ୍ଟ୍ରପତି  ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ମୋଦି କୋବିନ୍ଦଙ୍କ ପୁଅ ବିବାହକୁ ନେଇ ଏକ ଫଟୋ ସେୟାର କରିଥିଲେ  । କୋବିନ୍ଦ ବିଜେପିର ଲକ ମଜଭୁତ ଦଳିତ ଚେହେରା । ରାମନାଥ ୧୯୪୫ ଅକ୍ଟୋବର ୧ରେ ଉତ୍ତର ପ୍ରଦେଶର କାନପୁର ସ୍ଥିତ ଡେରାପୁରରେ ଜନ୍ମଗ୍ରହଣ କରିଥିଲେ । ସେ ପେଶାରେ ଜଣେ ଓକିଲ ଓ ଦୁଇ ଥର ରାଜ୍ୟସଭାକୁ ଯାଇସାରିଛନ୍ତି । ସେ ଦଳିତ ବିଜେପି ମୋର୍ଚ୍ଚାର ଅଧ୍ୟକ୍ଷ ରହିସାରିଛନ୍ତି । ଏପରିକି ସେ ବିଜେପିର ଜାତୀୟ ମୁଖପାତ୍ର ଥିଲେ । କୋବିନ୍ଦ ମଧ୍ୟ ୧୯୯୪ରୁ ୨୦୦୦ ପର୍ଯ୍ୟନ୍ତ ଏବଂ ପରେ ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ । ଏହାପରେ ସେ ୨୦୧୫ରେ ବିହାରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପୂର୍ବରୁ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଛନ୍ତି । ୭୧ ବର୍ଷିୟ ରାମନାଥ ଦ୍ୱିତୀୟ ଦଳିତ ନେତା ଭାବେ ରାଇସିନା ହିଲରେ ପ୍ରବେଶ କରିଛନ୍ତି ।  ଏହା ପୂର୍ବରୁ କେଆର ନାରାୟଣ ପ୍ରଥମ ଦଳିତ ବ୍ୟକ୍ତି ଭାବେ ରାଷ୍ଟ୍ରପତି ହୋଇଥିଲେ । ସେହିପରି ଭିଭି ଗିରିଙ୍କ ପରେ ରାମନାଥ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯେକି ରାଷ୍ଟ୍ରପତି ହେବା ପୂର୍ବରୁ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୧୯୭୭ ମସିହାରେ ରାମନାଥ ବିଜେପିରେ ଯୋଗ ଦେବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ  ମୋରାଜୀ ଦେଶାଇଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ । ଏତଦଭିନ୍ନ  ଏହି ବରିଷ୍ଠ ଆଇନଜୀବୀ ରାମନାଥ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ  ହୋଇଥିଲେ ।

ONA

Leave a Reply

Top