You are here
Home > ଇଣ୍ଡିଆ > ମୋଦିଙ୍କ ଗୁଡ୍ ଲିଷ୍ଟରେ କିଏ?

ମୋଦିଙ୍କ ଗୁଡ୍ ଲିଷ୍ଟରେ କିଏ?

ନୂଆଦିଲ୍ଲୀ: କେନ୍ଦ୍ରରେ ଏନଡିଏ ସରକାର ୩ବର୍ଷ ପୂରଣ କରିସାରିଛି । ଏହି ଅବଧି ମଧ୍ୟରେ ବହୁ ସଫଳ ଓ ବିଫଳତା ଦେଖିଛନ୍ତି ମୋଦି ଆଣ୍ଡ କୋ । ବ୍ୟକ୍ତିଗତ ଭାବେ ବିଜେପି ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଛି ।  ଉତ୍ତରପ୍ରଦେଶ ପରି ରାଜ୍ୟରେ ଦଳ ଶାସନକୁ ଆସିଛି । ତେବେ ତିନିବର୍ଷ ପରେ ପ୍ରଧାନମନ୍ତ୍ରୀ ନିଜ  ସରକାରର ନବକଳେବର କରିବାକୁ ସୂଚନା ଦେଇଛନ୍ତି । ଯାହା ଶୁଣିବାକୁ ମିଳୁଛି  ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ବଡଧରଣର ଅଦଳବଦଳ କରିବାକୁ ଯାଉଛନ୍ତି । ଏହି ଚର୍ଚ୍ଚା ପରେ ଏବେ କିଏ ଯିବେ, କିଏ ରହିବେ ଏବଂ ମୋଦିଙ୍କ ଗୁଡ ଲିଷ୍ଟରେ କିଏ  ସ୍ଥାନ ପାଇବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
  ଗୁରୁବାର ସନ୍ଧ୍ୟାରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ ଅଦଳବଦଳ ହେବ ବୋଲି ହଠାତ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା । କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ୫ଜଣ ମନ୍ତ୍ରୀ ଇସ୍ତଫା ଦେବେ । କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡି, ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, କେନ୍ଦ୍ର ଏମଏସଏମଇ ମନ୍ତ୍ରୀ  କଲରାଜ ମିଶ୍ରା, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଏବଂ କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ  ବାଲ୍ୟାନ । ଏହାପରେ କେନ୍ଦ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ।
  ତେବେ ହଠାତ କାହିଁକି ନିଜ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିବା ପାଇଁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଲେ? ଏପ୍ରଶ୍ନ ଏବେ ରାଜନୈତିକ ପଣ୍ଡିତଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଏହି ନିଷ୍ପତ୍ତି ନେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କେନ୍ଦ୍ରମନ୍ତ୍ରୀମାନଙ୍କୁ ନେଇ ଏକ ଘମାଘୋଟ ଅଡିଟ ହୋଇଥିଲା । ମନ୍ତ୍ରୀମାନଙ୍କ ସବୁ କାମକୁ ଏହି ଅଡିଟରେ ସାମିଲ କରାଯାଇଥିଲା । ନୂଆ ଯୋଜନା, କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, କିଛି ପ୍ରଭାବଶାଳୀ ଢ଼ଙ୍ଗରେ ଯୋଜନା ସବୁ କାର୍ଯ୍ୟକାରୀ କରିଛନ୍ତି ନା ନାହିଁ? ମନ୍ତ୍ରୀଙ୍କ ନିଜ ଇମେଜ ବା ରାଜନୈତିକ ଛବି କେମିତି ଅଛି ।  ଏସବୁ ପରେ ଅଡିଟ୍ ଟିମ୍ ସବୁ ମନ୍ତ୍ରୀଙ୍କର ଗୋଟିଏ ଲେଖାଏଁ ରିପୋର୍ଟ କାର୍ଡ ପ୍ରସ୍ତୁତ  କରିଥିଲା । ସେହି ଅଡିଟ ରିପୋର୍ଟ ଆଧାରରେ ହିଁ କ୍ୟାବିନେଟ୍ରେ ବଡ ଧରଣର ଅଦଳବଦଳ କରିବେ ନରେନ୍ଦ୍ର ମୋଦି  ।
  ଅଦଳବଦଳ କଥା ଜଣାପଡିବା ପରେ କେଉଁ ମନ୍ତ୍ରୀ ବାଦ ପଡିବେ ତାକୁ ନେଇ ଚର୍ଚ୍ଚା । କୁହାଯାଉଛି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ, କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡି, କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ମନ୍ତ୍ରିମଣ୍ଡଳରୁ ବାଦ ପଡିବେ  । କେନ୍ଦ୍ର ଏମଏସଏମ୍ଇ ମନ୍ତ୍ରୀ କଲରାଜ ମିଶ୍ରଙ୍କୁ ମଧ୍ୟ ହଟାଯିବା ପାଇଁ ସ୍ଥିର ହୋଇଛି । ତେବେ କଲରାଜ ରାଜ୍ୟପାଳ ହେବାର ସମ୍ଭାବନା ରହିଛି । ସେହିଭଳି ରାଜୀବ ପ୍ରତା ରୁଡ୍ଡିଙ୍କ ଇସ୍ତଫା ଦେବା ଏକପ୍ରକାଶ ନିଶ୍ଚିତ ବୋଲି କୁହାଯାଉଛି  ।
  ତେବେ ମୋଦି କଣ ତାଙ୍କ ମନ୍ତ୍ରୀମାନଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି? କିନ୍ତୁ କିଛି ମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ମୋଦି ବେଶ ଖୁସ୍ ଅଛନ୍ତି । ପୀୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରକାଶ ଜାଭଡେକର ପ୍ରଧାନମନ୍ତ୍ରୀଙ୍କ ଗୁଡ ଲିଷ୍ଟିରେ ରହିଛନ୍ତି । ବର୍ତ୍ତମାନ ଜାଭଡେକର ମାନବସମ୍ବଲମନ୍ତ୍ରୀ , ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଏବଂ ପିୟୂଷ ଗୋଏଲ ଶକ୍ତିବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟକରୁଛନ୍ତି ।
  ଯାହା ଶୁଣିବାକୁ ମିଳୁଛି, ମୋଦି ସ୍ୱତନ୍ତ୍ର ଭାବେ ଜଣେ ବ୍ୟକ୍ତିଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରିବେ । ଏହି ବିଭାଗକୁ ସମୟକୁ ସମୟ ବିଭିନ୍ନ ବ୍ୟକ୍ତିଙ୍କ ହାତରେ ଦିଆଯାଇ ଆସୁଛି । ଏହାପୂର୍ବରୁ ମନୋହର ପାରିକର ଓ ପୁଣି ଅରୁଣ ଜେଟଲୀଙ୍କୁ ଡିଫେନ୍ସ ମିନିଷ୍ଟର ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏବେ ଦେଶ ଜଣେ ସ୍ଥାୟୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ  ପାଇପାରେ । ସେହିପରି ସୁରେଶ ପ୍ରଭୁ୍ଙ୍କ ପାଖରୁ ରେଳମନ୍ତ୍ରୀ ପଦ ଚାଲିଯାଇପାରେ । କୁହାଯାଉଛି ରେଳମନ୍ତ୍ରଣାଳୟ ପରିବହନ ମନ୍ତ୍ରଣାଳୟ ସହ ମିଶେଇ ଦିଆଯାଇ ପାରେ  । ତେଣୁ ରେଳ ବିଭାଗ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଦାୟିତ୍ୱରେ  ରହିପାରେ ।
  ବିଜେପିର ମହାସଚିବ ଭୂପେନ୍ଦ୍ର ଯାଦବ, ବିଜେପି ସାଂସଦ ସତ୍ୟପାଳ ସିଂହ ଓ  ବିଜେପି ସାଂସଦ ପହଲାଦ ଯୋଶୀ ନୂଆ ମୁହଁଭାବେ ସ୍ଥାନ ପାଇବାର ସମ୍ଭାବନା ରହିଛି । ସେହିଭଳି ଏମ୍ ଥମ୍ବିଦୁରାଇଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିପାରେ । ଏହାଦ୍ୱାରା ବିଜେପି ତାମିଲନାଡୁରେ ପ୍ରଭାବ ବିସ୍ତାର କରିବାରେ ସୁବିଧା ହେବ । ଜେଡିୟୁ ନେତା ଆରସିପି ସିଂହଙ୍କୁ ମନ୍ତ୍ରୀ ପଦ ମିଳିପାରେ ।

ONA

Leave a Reply

Top