You are here
Home > ଲାଟେଷ୍ଟ > ମେ ୧୦ରୁ ମ୍ୟାଟି୍ରକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୁରଣ

ମେ ୧୦ରୁ ମ୍ୟାଟି୍ରକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୁରଣ

ଭୁବନେଶ୍ୱର: ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କୃତକାର୍ୟ୍ୟ ହୋଇପାରିନଥିବା ପରୀକ୍ଷାର୍ଥୀଙ୍କ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଜୁନ୍‌ ପ୍ରଥମ ସପ୍ତାହରେ ଏହି ପରୀକ୍ଷା କରାଯିବା ନେଇ ବୋର୍ଡ଼ ସଭାପତି ସୁଶାନ୍ତ ଦାସ ସୂଚନା ଦେଇଛନ୍ତି। ତେବେ ପରୀକ୍ଷାର୍ଥୀମାନେ ଏଥିପାଇଁ ମେ’ ୧୦ ରୁ ୧୫ ମଧ୍ୟରେ ଅନଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ପରୀକ୍ଷା ପରେ ଉତ୍ତିର୍ଣ୍ଣ ଛାତ୍ରଛାତ୍ରୀଙ୍କ ତାଲିକା ତଥା ପରୀକ୍ଷା ଫଳ ଜୁଲାଇରେ ପ୍ରକାଶ ପାଇବ ବୋଲି ସଭାପତି ମଧ୍ୟ ପ୍ରକାଶ କରିଛନ୍ତି। ସୁଚନା ଯୋଗ୍ୟ ଯେ, ଯେଉଁ ପରୀକ୍ଷାର୍ଥୀ ଖରାପ ପଦର୍ଶନ କରିଛନ୍ତି ସେମାନେ ଏହି ପରୀକ୍ଷା ଦେଇପାରିବେ। ଫଳରେ ସେମାନେ ଏବେ ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କ ସହ ଦ୍ୱାଦଶ ଅଥବା ଆଗାମୀ ପାଠପଢ଼ା ଆରମ୍ଭ କରିପାରିବେ।

ONA

Leave a Reply

Top