You are here
Home > ଲାଟେଷ୍ଟ > ମେ ଚତୁର୍ଥ ସପ୍ତାହରେ କେରଳ ଛୁଇଁବ ମୌସୁମୀ

ମେ ଚତୁର୍ଥ ସପ୍ତାହରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ:ଚଳିତ ବର୍ଷ ମୈାସୁମୀ ବର୍ଷା ସ୍ଵାଭାବିକ ରହିବ। ଦେଶର ଚାରିଆଡ଼େ ଭଲ ବର୍ଷା ହେବ। ଚାଷ ପାଇଁ ଚାଷୀ ଚାତକ ପରି ଚାହିଁରହିଥିବା ଦକ୍ଷିଣ-ପଶ୍ଚିମ ମୈାସୁମୀ ମେ ମାସର ଚତୁର୍ଥ ସପ୍ତାହ ମଧ୍ୟରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି କେ.ଜେ ରମେଶ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମୈାସୁମୀ ପ୍ରଭାବରେ ଦେଶରେ ଦୀର୍ଘକାଳିନ ଭାବେ ୯୬ ପ୍ରତିଶତ ବର୍ଷା ହେବ। ସାଧାରଣତଃ ୯୬ ପ୍ରତିଶତ ଓ ୧୦୪ ପ୍ରତିଶତ ବର୍ଷାକୁ ସ୍ଵାଭାବିକ ବର୍ଷା କୁହାଯାଏ। ୯୬ ପ୍ରତିଶତରୁ କମ ହେଲେ ସ୍ଵାଭାବିକଠାରୁ କମ ବର୍ଷା ବୋଲି ଦର୍ଶାଯାଇଥାଏ। ସେହିପରି ୧୦୪ରୁ ୧୧୦ ପ୍ରତିଶତ ବର୍ଷାକୁ ସ୍ଵାଭାବିକଠୁ ଅଧିକ କୁହାଯାଇଥାଏ। ସୂଚନାଯୋଗ୍ୟ, ଗତବର୍ଷ ଭାରତୀୟ  ପାଣିପାଗ ବିଭାଗ ଦେଶରେ ସ୍ଵାଭାବିକ ମୈାସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା। ମାତ୍ର ପ୍ରାରମ୍ଭରେ ଏହି ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଥିଲା। କିନ୍ତୁ ଶେଷ ଆଡ଼କୁ ସ୍ଵାଭାବିକ ମୈାସୁମୀ ବର୍ଷା ହୋଇଥିଲା। ଗତ ବର୍ଷ ଦକ୍ଷିଣ ଉପତ୍ୟକା ସହ ତାମିଲନାଡ଼ୁ, କର୍ଣ୍ଣାଟକ ଓ କେରଳରେ ସ୍ଵାଭାବିକଠୁ ବହୁତ କମ ବର୍ଷା ହୋଇଥିଲା। ଏଠାରେ ମରୁଡ଼ି ପରି ପରିସ୍ଥିତ ଉପୁଜିଥିଲା।

ONA

Leave a Reply

Top