You are here
Home > ଲାଟେଷ୍ଟ > ମୋହାଲିରୁ ଗିରଫ ହେଲେ ହନିପ୍ରୀତ

ମୋହାଲିରୁ ଗିରଫ ହେଲେ ହନିପ୍ରୀତ

ଚଣ୍ଡିଗଡ଼: ରାମ ରହିମର ତଥାକଥିତ ଝିଅ ହନିପ୍ରୀତ ଇନ୍ସାକୁ ଡେରାବସ୍ତି ପୋଲିସ ମୋହାଲିରୁ ଗିରଫ କରିଛି। ପ୍ରଥମେ ଖବର ଆସୁଥିଲା ଯେ ହନିପ୍ରୀତ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆତ୍ମସମର୍ପଣ କରିବେ। ରାମ ରହିମକୁ ଅଗଷ୍ଟ ୨୫ରେ ସାଧ୍ଵୀ ବଳାତ୍କାର ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ହନିପ୍ରୀତ ରାମ ରହିମ ସହ ହେଲିକପ୍ଟରରେ  ରୋହତକ ଯାଇଥିଲା, ମାତ୍ର ତା ପରଠୁ ସେ ଫେରାର ହୋଇଯାଇଥିଲା। ୩୯ ଦିନ ପରେ ପ୍ରଥମ ଥର ହନିପ୍ରୀତ ମିଡିଆ ସାମ୍ନାକୁ ଆସିଛି।  ଦୁଇଟି ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ହନିପ୍ରୀତ କହିଛି ଯେ ବାପା ଜେଲ ଯିବା ପରେ ସେ ସଂପୂର୍ଣ୍ଣ ଏକୁଟିଆ ପଡ଼ିଯାଇଥିଲେ। ହନିପ୍ରୀତ କହିଛି ଯେ ଯେଉଁ ହନିପ୍ରୀତକୁ ଆପଣ ସମସ୍ତଙ୍କ ସାମ୍ନାରେ ଦେଖାଇଛନ୍ତି ପ୍ରକୃତରେ ସେ ସେମିତି ନୁହନ୍ତି। ମୋତେ ଏମିତି ମିଡିଆରେ ଦେଖାଇ ଦିଆଗଲା ଯେ ଏଥିରେ ମୁଁ ସଂପୂର୍ଣ୍ଣ ଡରିଯାଇଛି। ମୋର ମାନସ୍ଥିକ ସ୍ଥିତି ଏମିତି ଅଛି ଯାହା ମୁଁ ବର୍ଣ୍ଣନା କରିପାରିବି ନାହିଁ। ମୋତେ ଦେଶଦ୍ରୋହୀ କୁହାଯାଉଛି, ଯାହା ସଂପୂର୍ଣ୍ଣ ଭାବେ ଭୁଲ। ନିଜ ବାପା ସହ ଜଣେ ଝିଅ କୋର୍ଟକୁ ଯାଇଥାଏ। ଏମିତି ବିନା ଅନୁମତିରେ ସମ୍ଭବ ନୁହେଁ ବୋଲି ହନିପ୍ରୀତ କହିଛି। ବାପା ରାମ ରହିମ ଏହି ମାମଲାରେ ନିର୍ଦ୍ଦୋଷ ଥିବା ସେ କହିଛି।  
  ହନିପ୍ରୀତ କହିଛି ଯେ ମୁଁ ଦଙ୍ଗାରେ ସାମିଲ ନୁହଁ। ମୋ ବିରୋଧରେ କାହା ପାଖରେ କଣ ପ୍ରମାଣ ଅଛି ? ମୁଁ ଦଙ୍ଗା ପାଇଁ ଉସୁକାଉଥିବା ଆପଣ କଣ ଶୁଣିଛନ୍ତି ? ଆମକୁ ଲାଗିଥିଲା ଯେ ସକାଳେ ଆମେ କୋର୍ଟ ଯିବୁ ଏବଂ ସନ୍ଧ୍ୟାରେ ଫେରି ଆସିବୁ। ରାମରହିମ ସହ ସଂପର୍କକୁ ନେଇ ହନିପ୍ରୀତ କହିଛି ଯେ ମୁଁ ଜାଣି ପାରୁ ନାହିଁ ଯେ ବାପା-ଝିଅ ସଂପର୍କକୁ କେମିତି ଭିନ୍ନ ରଙ୍ଗ ଦିଆଯାଉଛି ଏବଂ ସଂପର୍କକୁ ଅପବିତ୍ର କରିବାକୁ ଚେଷ୍ଟା କରାଯାଉଛି। ବାପା-ଝିଅର ସଂପର୍କକୁ ନଷ୍ଟ କରିଦିଆଯାଇଛି। 
ONA

Leave a Reply

Top