You are here
Home > ଲାଟେଷ୍ଟ > ମେରି କମ୍‌ଙ୍କୁ ୫ମ ଏସିଆନ୍‌ ଚାମ୍ପିଅନସିପ୍‌ ସ୍ୱର୍ଣ୍ଣ

ମେରି କମ୍‌ଙ୍କୁ ୫ମ ଏସିଆନ୍‌ ଚାମ୍ପିଅନସିପ୍‌ ସ୍ୱର୍ଣ୍ଣ

ହୋ ଚି ମିନ୍‌ ସିଟି: ବିଶ୍ୱ ଚାମ୍ପିଅନ ଭାରତର ମହିଳା ବକ୍ସର ଏମ୍‌ସି ମ୍ୟାରି କମ୍‌ ୫ମ ଥର ପାଇଁ ଏସିଆନ୍‌ ଚାମ୍ପିଅନସିପ୍‌ରେ ବୁଧବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏସିଆନ୍‌ ଚାମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ୪୮ କିଲୋ ବର୍ଗ ଫାଇନାଲରେ ସେ ଉତ୍ତର କୋରିଆର କିମ ହୟାଙ୍ଗକୁ ଏକତରଫା ଫାଇଟ୍‌ରେ ପରାସ୍ତ କରିଛନ୍ତି। ମ୍ୟାରି କମ୍‌ ଜାପାନର ସୁବାସା କୋମୁରାଙ୍କୁ ମଙ୍ଗଳବାର ୫-୦ରେ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲେ। ଏଥି ସହିତ ଲଣ୍ଡନ ଅଲମ୍ପିକ କାଂସ୍ୟ ପଦକ ବିଜୟିନୀ ମେରି କମ୍‌ ଏସିଆନ୍‌ ଚାମ୍ପିୟନସିପରେ ନିଜର ୫ମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୩୫ ବର୍ଷୀୟ ମେରି କମ୍‌ ୨୦୦୩, ୨୦୦୫, ୨୦୧୦ ଓ ୨୦୧୨ରେ ସ୍ୱର୍ଣ୍ଣ ପଦକ ବିଜୟ କରିଥିବା ବେଳେ ୨୦୦୮ରେ ରୌପ୍ୟ ପଦକ ଜିତି ଥିଲେ।

ONA

Leave a Reply

Top