You are here
Home > ଲାଟେଷ୍ଟ > ମୁଖ୍ୟ ସ୍ରେତକୁ ଫେରିଲେ ଦୁଇ ମାଓବାଦୀ

ମୁଖ୍ୟ ସ୍ରେତକୁ ଫେରିଲେ ଦୁଇ ମାଓବାଦୀ

ରାଉରକେଲା: ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ ଭୀମା ଓରଫ୍ କୃଷ୍ଣ ଲୋହା ଓ ତାର ସହଯୋଗୀ ଫୁଲ ମୁଣ୍ଡା ସହ ଆଜି ରାଉରକେଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଭୀମାକୁ ଧରାଇଦେବା ପାଇଁ ରାଜ୍ୟ ସରକାର ୫ ଲକ୍ଷ ଓ ଫୁଲ ମଣ୍ଡାକୁ ଧରାଇଦେବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ଭୀମା ଝାଡଖଣ୍ଡ ସମେତ ସୁନ୍ଦରଗଡ, ଦେବଗଡ, ବୌଦ୍ଧ, କନ୍ଧମାଳ ଆଜି ଜିଲ୍ଲାରେ ବିଭିନ୍ନ ସମୟରେ ହୋଇଥିବା ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ସମ୍ପୃକ୍ତ ଥିଲା । କ୍ୟାଡର ମାଓବାଦୀ ସୁଷମାକୁ ସେ ବିବାହ କରିଥିଲେ  । ସୁଷମା ପୂର୍ବରୁ ପୋଲିସ ନିକଟରେ ଆତ୍ମ ସମର୍ପଣ କରିସାରିଛି  । ମାଓବାଦୀ ନେତା ଗଣପତି ସହ ମଧ୍ୟ ଭୀମାର ସମ୍ପର୍କ ଥିବା କୁହାଯାଉଛି । ଅନ୍ୟଏକ ଘଟଣା କ୍ରମରେ ରାଉକେଲାରେ  ଜଣେ ନାବାଳକ ସମେତ ୩ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି  । ସେମାନେ ହେଲେ ହାର୍ଡକୋର ମାଓବାଦୀ ସିର୍ଦ୍ଦାର୍ଥ ଓରାମ ଓ ଗୁରୁବାରୀ ମୁଣ୍ଡା ଆଜି ଆତ୍ମସମର୍ପଣ  କରିଥିବା ଜଣାପଡିଛି । ସୂଚନା ମୁତାବକ, ଏହି ଦୁଇ ମାଓବାଦୀଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି । ସେମାନଙ୍କା ଆତ୍ମସମର୍ପଣ ପୋଲିସକୁ ଏକ ବଡ ସଫଳତା ଦେଇଛି । ପୂର୍ବରୁ ସିଦ୍ଦାର୍ଥ ଓରାମଙ୍କ ପାଇଁ ୫ ଲକ୍ଷ ଟଙ୍କା ଗୁରୁବାରୀ ମୁଣ୍ଡାଙ୍କ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହି ଦୁଇ ମାଓବାଦୀ ୨୫ଟି ଗୁଳି ବିନିମୟ ଘଟଣାରେ ସମ୍ପୃକ୍ତ ଥିଲେ  ।

ONA

Leave a Reply

Top