You are here
Home > Uncategorized > ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କ ଉପରୁ ମାମଲା ପ୍ରତ୍ୟାର  ଲାଗି ପୋଲିସକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କ ଉପରୁ ମାମଲା ପ୍ରତ୍ୟାର  ଲାଗି ପୋଲିସକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ତାଳସାରିରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କ ଉପରୁ ମାମଲା ପ୍ରତ୍ୟାର  ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ବାଲେଶ୍ବର ତାଳସାରୀରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ କରିଥିବା ମହିଳାଙ୍କ ଉପରୁ ସବୁ ମାମଲା ଉଠିବ । ଅଣ୍ଡା ଫିଙ୍ଗି ଥିବା ରାଜେଶ୍ବରୀ କାମିଲାଙ୍କ ଉପରେ ରୁଜ୍ଜୁ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରିନେବାକୁ ପୋଲିସ ବିଭାଗକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଟ୍ୟୁଟି କରି ମୁଖ୍ୟମନ୍ତ୍ରୀ ସୂଚନା ମଧ୍ୟ ଦେଇଛନ୍ତି । ଜାନୁଆରୀ ୩୧ରେ ରାଜେଶ୍ବରୀ ପାମେଲା ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡା ପିଙ୍କିଥିଲେ । ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି କୋର୍ଟ ତାଙ୍କୁ ଚାଳଣା  କରିଥିଲା । କୋର୍ଟରୁ ଜାମିନରେ  ଆସିଥିଲେ କାମିଲା । ଏବେ ମୁଖ୍ୟମନ୍ତ୍ରୀ ମାମଲା ପ୍ରତ୍ୟାର କରିବାକୁ ନର୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ଅଣ୍ଡା ଫିଙ୍ଗା ଓ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଯୋର ଧରିଥିଲା ରାଜ୍ୟ ରାଜନୀତି । ଏହାକୁ ନେଇ ବିଭିନ୍ନ ସମୟରେ ରାସ୍ତାକୁ ଓହ୍ଲାଇଥିଲେ ମହିଳା । ପୋଲିସର କାର୍ଯ୍ୟାନୁଷ୍ଟାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ । ଆଉ ଏବେ ମାମଲା ପ୍ରତ୍ୟାରକୁ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ । ସରକାର ପାମେଲାଙ୍କ ଉପରୁ ମାମଲା ପ୍ରତ୍ୟାହାର କରିଛନ୍ତି । ହେଲେ ଯେଉଁ ମାନେ ତାଙ୍କ ଉପରେ ଆକ୍ରମଣ କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି । ସେପଟେ ଏସବୁ ଭୋଟ ରାଜନିତୀ ବୋଲି କହିଛି କଂଗ୍ରେସ । ଅଣ୍ଡା ଫିଙ୍ଗା ଘଟଣାରେ ପୋଲିସ ଲଗାଇଥିବା ୩୦୭ ଦଫା ପ୍ରଥମେ ଉଠାଇ ଦିଆଯାଇଥିଲା । ଆଉ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦେଶ ଦେଇ ବିରୋଧିଙ୍କ ପାଟି ଚୁପ କରାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ONA

Leave a Reply

Top