You are here
Home > ଅଧିକ ଖବର > ମିଥୁନ ରାଶିର ସ୍ମାର୍ଟ ଝିଅ

ମିଥୁନ ରାଶିର ସ୍ମାର୍ଟ ଝିଅ

ପ୍ରାୟ ସମସ୍ତେ ବିବାହ ପୂର୍ବରୁ ଝିଅର ସ୍ୱଭାବ ଓ ତା’ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କରିଥାଏ । ତେବେ ଖାଲି ଯେ ଝିଅଟି ସହ ମିଶିଲେ କି କଥା ହେଲେ ଝିଅର ସ୍ୱଭାବ ଜାଣିହେବ ତା’ନୁହେଁ । ଏହାଛଡା ଆହୁରି ଅନେକ ଉପାୟ ମଧ୍ୟ ରହିଛି । ଯେମିତିକି ରାଶି । ଝିଅର ରାଶିରୁ ଜାଣିହେବ ଝିଅର ସ୍ୱଭାବ କିପରି? ଆସନ୍ତୁ ସେ ସମ୍ପର୍କରେ ଜାଣିନେବା…

ମେଷ: ମେଷ ରାଶିର ଝିଅମାନେ ଭଲ ଜୀବନସାଥୀ ହୋଇପାରନ୍ତି । ଏମାନଙ୍କ ହୃଦୟ ଖୋଲା ଓ ଏମାନେ ଖୁବ ମେଳାପି । ଏମାନେ ଯାହାକୁ ଭଲ ପାଆନ୍ତି ସେମାନଙ୍କୁ ଗୁରୁତ୍ୱ ଦିଅନ୍ତି ଏବଂ ତାଙ୍କୁ ଭରସା ମଧ୍ୟ କରନ୍ତି ।
ବୃଷ: ବୃଷ ରାଶିର ଝିଅମାନେ ଯାହାକୁ ଭଲ ପାଆନ୍ତି ତାକୁ ପୂରା ହୃଦୟର ସହ ଗ୍ରହଣ କରନ୍ତି । ତାଙ୍କ ପାଇଁ ଭଲ ପାଇବା ସବୁ କିଛି ହୋଇଥାଏ । ସେମାନେ ନିଜ ପାର୍ଟନରଙ୍କଠାରୁ ମଧ୍ୟ ସେହିଭଳି ଭଲ ପାଇବା ଆଶା ରଖିଥାନ୍ତି । କିନ୍ତୁ ଏହି ରାଶିର ଝିଅମାନେ ସାମାନ୍ୟ ରାଗି ହୋଇଥାନ୍ତି ।
ମିଥୁନ: ମିଥୁନ ରାଶିର ଝିଅମାନେ ବହୁତ ସ୍ମାର୍ଟ ଓ ରୋମାଣ୍ଟିକ୍ ହୋଇଥାନ୍ତି । ଏମାନେ ସବୁବେଳେ ସମସ୍ତଙ୍କର ଖୁସି ଦେଖିବାକୁ ଚାହାନ୍ତି । ସେଥିପାଇଁ ନିଜେ ମଧ୍ୟ ସବୁବେଳେ ଖୁସିର ମାହୋଲ ଭିତରେ ରହିବାକୁ ଚାହାନ୍ତି ।
କର୍କଟ: ଏହି ରାଶିର ଝିଅମାନେ ନିଜର ପ୍ରଶଂସ ଶୁଣିବାକୁ ବେଶ ଭଲ ପାଆନ୍ତି । ଏମାନେ ଟିକେ ସମ୍ବେଦନଶୀଳ । ଏତେଶୀଘ୍ର କାହା ସହ ମିଶି ପାରନ୍ତି ନାହିଁ । ଏମାନେ ଖୁବ ଶାନ୍ତ ଓ ଧୀର । ଛୋଟ ଛୋଟ କଥାକୁ ମନକୁ ନେଇଥାନ୍ତି ।
ସିଂହ: ଏହି ରାଶିର ଝିଅମାନେ ସମସ୍ତଙ୍କର ଆଦର୍ଶ ହୋଇଥାନ୍ତି । ନିଜ ଜୀବନସାଥୀଙ୍କ ସହ ବିଶ୍ୱସ୍ତ ହୋଇ ରହିଥାନ୍ତି । ପ୍ରେମରେ ଖୁବ ପକ୍କା । ପ୍ରେମ ପାଇଁ ଏମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାନ୍ତି ।
କନ୍ୟା: ଏହି ରାଶିର ଝିଅମାନେ ଅତ୍ୟନ୍ତ ଭାବୁକ । ଏମାନଙ୍କ ହୃଦୟ ସଫା । ଯାହାକୁ ପସନ୍ଦ କରନ୍ତି ତା ସାମନାରେ ନିଜ ମନକଥା ଖୋଲି କହି ଦିଅନ୍ତି । ନିଜର ଭଲ ପାଇବାକୁ ଏମାନେ ସମ୍ମାନ ଦେବାକୁ ଚାହିଁଥାନ୍ତି ।
ତୁଳା: ଏହି ରାଶିର ଝିଅମାନେ ଭଲ ଜୀବନସାଥୀ ସାବ୍ୟସ୍ତ ହୋଇଥାନ୍ତି । ଏମାନେ ଖୁବ ଶାନ୍ତ ଓ ସରଳ ସ୍ୱଭାବର । ଏମାନେ ଏକାକୀ ରହିବାକୁ ଆଦୌ ପସନ୍ଦ କରିନଥାନ୍ତି । ସବୁବେଳେ ସମସ୍ତଙ୍କ ସହ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ସେଥିପାଇଁ ଏହି ରାଶିର ଝିଅମାନେ ଖୁବଶୀଘ୍ର ସମସ୍ତଙ୍କ ମନ ଜିଣି ନିଅନ୍ତି ।
ବିଛା: ବିଛା ରାଶିର ଝିଅମାନେ ଏକପ୍ରକାର ଜିଦିଆ ହୋଇଥାନ୍ତି । ତେବେ ଏହି ଜିଦିଆପଣ ତାଙ୍କୁ ଅନେକ କାମରେ ସଫଳତା ମଧ୍ୟ ଆଣି ଦେଇଥାଏ । ଯାହା ଥରେ ଭାବନ୍ତି ତାକୁ ପୂରା କରନ୍ତି । ତେବେ ଏହି ଜିଦିଆ ଗୁଣ ଯୋଗୁଁ ବେଳେବେଳେ ଅପଦସ୍ତ ମଧ୍ୟ ହେବାକୁ ପଡିଥାଏ ।
ଧନୁ: ଏହି ରାଶିର ଝିଅମାନେ ଖୁବ ବିଶ୍ୱସ୍ତ । ଏମାନେ ବନ୍ଧୁତ୍ୱକୁ ବେଶ ଗୁରୁତ୍ୱ ଦିଅନ୍ତି । ସମସ୍ତଙ୍କୁ ନିଜର କରି ରଖିବାକୁ ଚାହିଁଥାନ୍ତି । ପରିବାରରେ କେମିତି ଶାନ୍ତି ବଜାୟ ରହିବ ସେନେଇ ଏମାନେ ବେଶ ଯତ୍ନବାନ ।
ମକର: ମକର ରାଶିର ଝିଅମାନେ ସବୁବେଳେ ଖୁସିରେ ରୁହନ୍ତି ଏବଂ ଅନ୍ୟକୁ ଖୁସିରେ ରଖିବାକୁ ଚାହିଁଥାନ୍ତି । କୌଣସି ସମ୍ପର୍କକୁ ଏମାନେ ବିଗାଡିବାକୁ ଦିଅନ୍ତି ନାହିଁ । ଏମାନଙ୍କ ପାଇଁ ନିଜ ଖୁସି ଅପେକ୍ଷା ନିଜ ପରିବାରର ଖୁସି ବେଶ ଗୁରୁତ୍ୱ ରଖେ । ସବୁବେଳେ ନିଜକୁ କାମରେ ବ୍ୟସ୍ତ ରଖନ୍ତି । ସବୁଠୁ ବଡ କଥା ଏମାନେ ପ୍ରେମରେ ବିଶ୍ୱାସ କରନ୍ତି ।
କୁମ୍ଭ: ଏହି ରାଶିର ଝିଅମାନେ ବେଶ ଭାବପ୍ରବଣ । ଛୋଟ ଛୋଟ କଥାକୁ ମନରେ ରଖନ୍ତି । ଟିକେ ଟିକେ କଥାରେ କାନ୍ଦିବା ଏମାନଙ୍କର ଅଭ୍ୟାସ । ଏମାନେ ଏତେ ଜଲଦି କାହା ସହ ମିଶିପାରନ୍ତି ନାହିଁ ।
ମୀନ: ମୀନ ରାଶିର ଝିଅମାନେ ଖୁବ ଆତ୍ମବିଶ୍ୱାସୀ । ଏମାନେ ଯେଉଁ କାମ କରନ୍ତି ସେଥିରେ ପୂରା ମନ ଧ୍ୟାନ ଲଗାଇ ଦିଅନ୍ତି । ନିଜ କାମକୁ ଅଧିକ ଗୁରୁତ୍ୱ ଦିଅନ୍ତି । ସ୍ୱାଧୀନ ହୋଇ ବଞ୍ଚିବାକୁ ଏମାନେ ବେଶ ପସନ୍ଦ କରନ୍ତି ।

ONA

Leave a Reply

Top