You are here
Home > ଅଧିକ ଖବର > ମାନ୍ୟବରଙ୍କୁ ମିଳିଲା ଜାମିନ

ମାନ୍ୟବରଙ୍କୁ ମିଳିଲା ଜାମିନ

କଟକ: ୨ବର୍ଷ ପରେ ବଦଳିବାକୁ ଯାଉଛି ବିବାଦୀୟ ସାରଥୀ ବାବା ଓରଫ୍ ସନ୍ତୋଷ ରାଉଳଙ୍କ ଠିକଣା । ସେ ଖୁବଶୀଘ୍ର ଚୌଦୁଆର ଜେଲରୁ ମୁକୁଳିବେ । କିନ୍ତୁ କେନ୍ଦ୍ରାପଡାର ବାରିମୂଳ ଆଶ୍ରମରେ ପ୍ରବେଶ କରିପାରିବେ ନାହିଁ ସାରଥୀ । ଶୁକ୍ରବାର  କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଏର ମାମଲାରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ତେବେ ଜାମିନ ପ୍ରଦାନ ବେଳେ କୋର୍ଟ ଏକାଧିକ ସର୍ତ୍ତ ରଖିଛନ୍ତି । ସାରଥୀ ଜେଲରୁ ମୁକୁଳିବା ପରେ ଶୋଭାଯାତ୍ରାରେ କରିପାରିବେ ନାହିଁ । ବାରିମୂଳ ବ୍ୟତୀତ ଅନ୍ୟ ଯେଉଁଠି ରହିବେ ସେ ଠିକଣା ତଦନ୍ତ ଅଧିକାରୀଙ୍କୁ ଜଣାଇବେ । ଏ ସମସ୍ତ ସର୍ତ୍ତକୁ ସାରଥୀ ଗ୍ରହଣ କରିଛନ୍ତି । ବାବା ସାରଥୀଙ୍କ ନାଁରେ ୩ଟି ମାମଲା ରହିଛି । ୨ଟି ମାମଲାରେ ତାଙ୍କୁ ଜାମିନ ମିଳିଥିବା ବେଳେ ଅନ୍ୟଟି ଏବେ ବିଚାରଧୀନ ରହିଛି ।
     ୨୦୧୫ରେ ବାବା ସାରଥୀ ଜଣେ ଝିଅଙ୍କ ସହ ହାଇଦ୍ରାବାଦସ୍ଥିତ ଗୋଲକୁଣ୍ଡା  ହୋଟେଲରେ ଥିବା ସମ୍ପର୍କିତ ଫଟୋ ପ୍ରସାରିତ ହେବାପରେ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭଣ୍ଡ ସାରଥୀଙ୍କ ବିରୋଧରେ ମମତା ତରାଇ ନାମକ ଜଣେ ମହିଳା ଅଭିଯୋଗ ଆଣିଥିଲେ । ଏହି ଘଟଣାର ତଦନ୍ତ ପରେ ୨୦୧୫ ଅଗଷ୍ଟ ୭ରେ କ୍ରାଇମବ୍ରାଞ୍ଚ ସାରଥୀଙ୍କୁ ଗିରଫ କରିଥିଲା । ସାରଥୀଙ୍କ ବିରୋଧରେ ଆଇପିସିର ୧୨୦-ବି(ଅପରାଧିକ ଷଡଯନ୍ତ୍ର), ୪୨୦-ଠକେଇ, ୩୪୧-ବେଆଇନ୍ ଭାବେ ଅଟକ ରଖିବା, ୫୦୬-ଧମକ ଦେବା, ୩୭୯-ଚୋରି ଅଭିଯୋଗ, ୪୬୭-ଜାଲିଆତି, ୪୬୮-ଠକେଇ ଉଦେଶ୍ୟରେ ଜାଲିଆତି, ୪୭୧-ଜାଲ କାଗଜପତ୍ରକୁ ଅସଲି ଦର୍ଶାଇ ବ୍ୟବହାର ଭଳି ଦଫା ଲଗାଇ ପୋଲିସ  ୧୦୭୧/୧୫ରେ ମାମଲା ରୁଜୁ କରିଥିଲା । ଆଶ୍ରମରେ ଚଢ଼ାଉ ବେଳେ କୋଟି ଟଙ୍କା ଓ ଧନସମ୍ପତ୍ତି ଜବତ କରାଯାଇଥିଲା । ଏହାସହ ତାଙ୍କ ତଥାକଥିତ ପୁଅ ସତ୍ୟମ ନିକଟରୁ ଏକ ଦାମୀ କାର୍ ଓ ଆକାଉଣ୍ଟରୁ ପ୍ରଚୁର ଅର୍ଥ ଜବତ କରାଯାଇଥିଲା ।  ସତ୍ୟମଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ।
      ତଦନ୍ତ ସମୟରେ ଆଶ୍ରମରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ କ୍ରାଇମବ୍ରାଂଚ୍ ଜବତ କରିଥିଲା । ଦୁଇଟି ଖଣ୍ଡା ସାଙ୍ଗକୁ ୧୫ କୋଜି ରୂପା, ୨.୨୮ ଲକ୍ଷ ଟଙ୍କା, ୫୪.୧ ଗ୍ରାମ ସୁନା, ୫୫ କେଜି ସାରଥୀ ମୁଦ୍ରା, ବ୍ୟାଙ୍କ ଡକୁ୍ୟମେଂଟ୍ ଓ ସମ୍ପତି କାଗଜପତ୍ର ଜବତ ହୋଇଥିଲା । ଏସସି ଏସ୍ଟି ଆଟ୍ରୋସିଟି ପ୍ରିଭେନସନ୍ ଧାରା ୭ ଅନୁଯାୟୀ ଏକ ଧାର୍ମିକ ଅନୁଷ୍ଠାନରେ ଖଣ୍ଡା ରଖି ଏହାର ଅପବ୍ୟବହାର କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଥିଲା ସାରଥୀଙ୍କ ନାଁରେ ।
  କେବଳ ସେତିକି ନୁହେଁ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ପୁଅ ସତ୍ୟମ ଶେଖର ରାଉଳ ନାଁରେ ବଡ ଅଟ୍ଟାଳିକା କିଣା ଘଟଣା ସାଙ୍ଗକୁ ବାବା ସାରଥୀ ନିଜ ନାମରେ ଫ୍ଲାଟ୍ କିଣା ପ୍ରସଙ୍ଗ ଓ କେନ୍ଦ୍ରାପଡା ବାରିମୂଳ ଆଶ୍ରମ ଜମି କେଳଙ୍କାରୀ ସାର୍ବାଜନୀନ ହୋଇଥିଲା । ବାବା ସାରଥୀ ପୁତ୍ର ମୋହରେ ଅନ୍ଧ ହୋଇ ସତ୍ୟମ ଚ୍ୟାରିଟେବୁଲ ଟ୍ରଷ୍ଟ ନାମରେ ଥିବା ଆଶ୍ରମ ସମ୍ପତିକୁ ସମସ୍ତଙ୍କ ଅଗୋଚରେ ମାଲିକାନାସତ୍ୱ ପରିବର୍ତନ କରିଥିଲେ । ଭକ୍ତଙ୍କୁ ପ୍ରଭାବିତ କରି କୋଟି କୋଟି ଟଙ୍କା ଡୋନେସନ୍ ଠୁଳ କରିଥିଲେ । ଏସବୁ ପଛରେ ଭକ୍ତଙ୍କୁ ଠକି ଜମିବାଡି ସାମ୍ରାଜ୍ୟ ବଢ଼ାଇବା ବାବାଙ୍କ ଅସଲ ଉଦେଶ୍ୟ ଥିଲା । ସମସ୍ତ କେଳଙ୍କାରୀ ପଛରେ ବାପା-ପୁଅ ମୁଖ୍ୟ ଖଳନାୟକ ବୋଲି ଜଣାପଡିଥିଲା । କେନ୍ଦ୍ରାପଡା ବାରିମୂଳରେ ବାବା ସାରଥୀ ଦେବଙ୍କ ବିଶାଳ ଆଶ୍ରମ ରହିଛି । ୪ ଏକର ଜମି ଉପରେ ପ୍ରତିଷ୍ଠା ହୋଇଥିବା ଏହି ଆଶ୍ରମ ଜିମର ୨ ଏକର ଅନାବାଦି ଓ ଗୋଚର କିସମର । ଗୋଚର ଜମିକୁ କେହି ଅକ୍ତିଆର କରିପାରିବେ ନାହିଁ ବୋଲି ସେତେବେଳେ ଆଇନ୍ ରହିଥିଲା । ତେବେ ଗଲା ୨୦ ବର୍ଷ ତଳେ ବାବା ସାରଥୀ ବାରିମୂଳର ୨ ଏକର ଅନାବାଦୀ ଜମିକୁ ହାତେଇବା ପାଇଁ ପ୍ରୟାସ କରିଥିଲେ । ସତ୍ୟମ ଚ୍ୟାରିଟେବୁଲ ଟ୍ରଷ୍ଟ ଗଢ଼ି ପ୍ରଥମେ ଜମିକୁ ଜବରଦଖଲ ଦେଖାଇ ଟ୍ରଷ୍ଟ ନାମରେ ମାଲିକାନା ସତ୍ୱ କରାଯାଇଥିଲା । ଜମି କବଜ୍ଜାକୁ ଆସିଲା ପରେ ଭକ୍ତଙ୍କର କୋଟି କୋଟି ଟଙ୍କାରେ ବାରିମୂଳରେ ଏକ ଭବ୍ୟ  ଆଶ୍ରମ ନିର୍ମାଣ କରାଯାଇଥିଲା । ବାବାଙ୍କ ଅନୁଗାମୀ ଓ ଭକ୍ତଙ୍କ ବିଶ୍ୱାସ ଯେ ଆଶ୍ରମ ସମ୍ପତି ସତ୍ୟମ ଚ୍ୟାରିଟେବଲ ଟ୍ରଷ୍ଟର । କିନ୍ତୁ ସମସ୍ତଙ୍କ ଅଗୋଚରେ ବାବା ସାରଥୀ ଟ୍ରଷ୍ଟ ନାମରୁ ମାଲିକାନା ସତ୍ୱ ହଟାଇ ପୁଅ ସତ୍ୟମ ଶେଖର ରାଉଳ ନାମରେ ଟ୍ରାନ୍ସପର କରି ଦେଇଥିଲେ ।
       ୧୯୯୬ ମସିହାରେ ବାବା ସାରଥୀ ୨ ଗୁଣ୍ଠ ଜମିରେ ୨ ବଖରା ଚାଳଛପର ଘର କରି ରହୁଥିଲେ । ଠିକ୍ ୪ ବର୍ଷ ପରେ ଅର୍ଥାତ୍ ୨୦୦୦ ମସିହାରେ ସେଠି ଦୁଇ ବଖରା କୋଠା ନିର୍ମାଣ ହେଲା । ପରେ ପରେ ୨ଗୁଣ୍ଠ ଜମି ୨ ଏକର ହେଲା । ସଲାସୁତରା କରି ଆଉ ୨ ଏକର ଗୋଚର ଜମିକୁ ବାବା ନିଜ ଅକ୍ତିଆରକୁ ନେଲେ । ଭକ୍ତ, ରାଜନେତାଙ୍କ ଡୋନେସନ୍ରେ ଏହି ଜମି ଉପରେ ଆଶ୍ରମ ପ୍ରତିଷ୍ଠା କରିଥିଲେ ସାରଥୀ ।
  ତେବେ ହଲିଡେ ଟ୍ରିପ୍ରେ ଗୋଲକୁଣ୍ଡା ହୋଟେଲ ଫଟୋ ବାବାଙ୍କ ପାଇଁ କାଳ ସାଜିଥିଲା । ବାରିମୂଳ ଆଶ୍ରମର ଅନନ୍ତ ସୟନ ବେଡ ଛାଡି ତାଙ୍କୁ ଚୌଦୁଆର ଜେଲର କାଳ କୋଠରୀରେ ଦୁଇ ବର୍ଷ ବନ୍ଦୀ ଜୀବନ ବିତାଇବାକୁ ପଡିଛି ।

ONA

Leave a Reply

Top