You are here
Home > ଏଣ୍ଟରଟେନମେଣ୍ଟ > ମାଧବନ୍-ଐଶଙ୍କ ରୋମାନ୍ସ

ମାଧବନ୍-ଐଶଙ୍କ ରୋମାନ୍ସ

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଫେରୁଛନ୍ତି ବଲିଉଡ ସୁନ୍ଦରୀ ତଥା ବଚ୍ଚନ ପରିବାର ବୋହୂ ଐଶର୍ଯ୍ୟା ରାୟ ବଚ୍ଚନ । ନିଦେ୍ର୍ଦଶକ ରାକେଶ ଓମପ୍ରକାଶ ମେହେରାଙ୍କ ଆଗାମୀ ଫିଲ୍ମ ଫାନେ ଖାନରେ ଐଶଙ୍କୁ ଲିଡ୍୍ ରୋଲରେ ଦେଖିବାକୁ ମିଳିବ । ଆଉ ଏଥିରେ ତାଙ୍କ ବିପକ୍ଷରେ ନଜର ଆସିବେ ରେହନା ହୈ ତେରେ ଦିଲମେଁ ଫେମ୍୍ ଆର୍୍. ମାଧବନ୍୍ । ଫିଲ୍ମରେ ଦୁହିଁଙ୍କ ଅନସ୍କ୍ରିନ୍୍ ରୋମାନ୍ସର ଭରପୂର ମଜା ଉଠାଇ ପାରିବେ ଦର୍ଶକ । ତେବେ ଏହି ଫିଲ୍ମରେ ଦୁହେଁ ପ୍ରଥମ ଥର ପାଇଁ ସ୍କ୍ରିନ୍୍ ସେୟାର କରନାହାନ୍ତି । ପୂର୍ବରୁ ମଣି ରତ୍ନମଙ୍କ ନିଦେ୍ର୍ଦଶିତ ଫିଲ୍ମ ଗୁରୁରେ ଦୁହେଁ ଏକାଠି କାମ କରିଥିଲେ ।  ଫିଲ୍ମ ପାଇଁ ପ୍ରଥମେ ରାଜକୁମାର ରାଓ ଏବଂ ବିକି କୌଶଲଙ୍କ ନାଁ ଶୁଣିବାକୁ ମିଳୁଥିଲା । ତେବେ ଫାଇନାଲି ମାଧବନ ଏହି ରୋଲ ପାଇଁ ବାଜି ମାରିଛନ୍ତି । ଫିଲ୍ମରେ ଅନିଲ କପୁରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । କରନ ଜୋହରଙ୍କ ନିଦେ୍ର୍ଦଶିତ ଫିଲ୍ମ ୟେ ଦିଲ୍୍ ହୈ ମୁସ୍କିଲରେ ଐଶଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

ONA

Leave a Reply

Top