You are here
Home > ଲାଟେଷ୍ଟ > ମହାନଦୀ ରାଜନୀତି: ଛତିଶଗଡ ଶିଳ୍ପମନ୍ତ୍ରୀଙ୍କୁ କଡା ଜବାବା ଦେଲା ବିଜେଡି

ମହାନଦୀ ରାଜନୀତି: ଛତିଶଗଡ ଶିଳ୍ପମନ୍ତ୍ରୀଙ୍କୁ କଡା ଜବାବା ଦେଲା ବିଜେଡି

ଭୁବନେଶ୍ୱର: ମହାନଦୀ ବାବଦରେ ଛତିଶଗଡ ଶିଳ୍ପମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡା ଜବାବ ଦେଇଛି ବିଜେଡି । ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ କାହାର ପୈତୃକ ସମ୍ପତ୍ତି ନୁହେଁ । ମହାନଦୀ ଉପରେ ଛତିଶଗଡ ପରି ଓଡ଼ିଶାର ମଧ୍ୟ ଅଧିକାର ରହିଛି । ଛତିଶଗଡ ଶିଳ୍ପମନ୍ତ୍ରୀଙ୍କ ଔଦ୍ଧତ୍ୟପୂର୍ଣ୍ଣ ମନ୍ତବ୍ୟକୁ ସେ ନିନ୍ଦା କରିଛନ୍ତି ।
ସୂଚନା ଅନୁସାରେ ଛତିଶଗଡ ଶିଳ୍ପମନ୍ତ୍ରୀ କହିଥିଲେ, ଶିଳ୍ପସଂସ୍ଥା ଠାରୁ କର ନେଇଛୁ ପାଣି ଯୋଗାଇବା ପାଇଁ । ମହାନଦୀ ହେଉଛି ରାଷ୍ଟ୍ରୀୟ ସମ୍ପତ୍ତି । ଆମେ ଆଇନ୍ ପ୍ରକ୍ରିୟା ଆଧାରରେ ବ୍ୟାରେଜ୍ ନିର୍ମାଣ କରୁଛୁ । ଯଦି ହୀରାକୁଦ ଡ୍ୟାମରେ ପାଣି ହ୍ରାମ ପାଉଛି ତା ହେଲେ ସେଠାକାର ସରକାରକୁ ବିଚାର କରିବା ଦରକାର । ତଥ୍ୟ ଆଧାରରେ ସମସ୍ୟାର ସମାଧାନ କରିବା ଦରକାର ବୋଲି ମନ୍ତ୍ରୀ କହିଥିଲେ । ଏହି ମନ୍ତବ୍ୟରେ ବିଜେଡି ଉପସଭାପତି କହିଛନ୍ତି, ଏଥିରୁ ସ୍ପଷ୍ଟ ହୋଇଛି କି ମହାନଦୀରୁ ଛତିଶଗଡ ଶିଳ୍ପକୁ ପାଣି ଦେଉଛି । ସବୁ ନିୟମକୁ ଛତିଶଗଡ ଉଲ୍ଲଙ୍ଘନ କରୁଛି ବୋଲି ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ONA

Leave a Reply

Top