You are here
Home > ଲାଟେଷ୍ଟ > ମହାନଦୀ ଜଳ ବିବାଦ: ଶିଳ୍ପ ସଂସ୍ଥାକୁ ପୋଷୁଛନ୍ତି ରାଜ୍ୟ ସରକାର-ବିଜେପି

ମହାନଦୀ ଜଳ ବିବାଦ: ଶିଳ୍ପ ସଂସ୍ଥାକୁ ପୋଷୁଛନ୍ତି ରାଜ୍ୟ ସରକାର-ବିଜେପି

ଭୁବନେଶ୍ୱର: ସାଧାରଣ ଲୋକଙ୍କର ସର୍ବନିମ୍ନ ପାନୀୟଜଳ ଆବଶ୍ୟକତାକୁ ପୂରଣ କରିବାକୁ ଗୁରୁତ୍ୱ ନଦେଇ ଓଡିଶା ସରକାର ଶିଳ୍ପସଂସ୍ଥାମାନଙ୍କୁ ଜଳ ଯୋଗାଣ ବ୍ୟବସ୍ଥା କରିଥିବା ବିଜେପି ରାଜ୍ୟ ଉପସଭାପତି ସମିର ମହାନ୍ତି ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ରାଜ୍ୟର ଜଳ ସମ୍ପଦ ମନ୍ତ୍ରୀ ଭାବରେ ବିଧାନସଭାରେ ଦେଇଥିବା ଉତ୍ତର ନକଲ ଉପସ୍ଥାପନ କରି ଛତିଶଗଡ ଶିଳ୍ପକୁ ପାଣି ଦେଉଛି କହି ବିଜେଡି ମିଛ ଡ୍ରାମା କରିଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତିା ଶ୍ରୀ ମହାନ୍ତି କହିଛନ୍ତି କଳାହାଣ୍ଡିରେ ଜଳସେଚନ ଓ ପାନୀୟ ଜଳ ପାଇଁ ପାଣିର ଘୋର ଅଭାବ ରହୁଥିବାବେଳେ ରାଜ୍ୟ ସରକାର ଦୈନିକ ୩୦ ହଜାର ଘନମିଟର ପାଣି ସେର୍ସା ଷ୍ଟେରେଲାଇଟ୍ କମ୍ପାନୀକୁ ବିକ୍ରି କରୁଥିବା ବିଧାନସଭାରେ ୨୬.୦୯.୨୦୧୬ରେ ଅଣତାରକା ପ୍ରଶ୍ନ ୯୦୯ରେ ଏହାର ଲିଖିତ ଉତ୍ତର ପ୍ରମାଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହା ସହ ରାଜ୍ୟରେ ୧୧ଟି ନଦୀ ଅବବାହିକାରେ ୨୬୦୮.୨ ମିଲିୟନ୍ କ୍ୟୁବିକ୍ ମିଟର ପାଣି ଶିଳ୍ପ ପାଇଁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ସମାନ ତାରିଖରେ ବିଧାନସଭାରେ ଲିଖିତ ଉତର ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଉତରରୁ ସ୍ପଷ୍ଟ ହୋଇଛି ଯେ, ମହାନଦୀରୁ ପାନୀୟ ଜଳ ପାଇଁ ୧୧୧.୯୨ ମିଲିୟନ୍ କ୍ୟୁବିକ୍ ମିଟର ପାଣି ବ୍ୟବସ୍ଥା ହୋଇଥିବାବେଳେ ଶିଳ୍ପସଂସ୍ଥା ପାଇଁ ରାଜ୍ୟ ସରକାର ୧୨୮୦ ମିଲିୟନ୍ କ୍ୟୁବିକ୍ ମିଟର ପାଣି ବ୍ୟବସ୍ଥା କରିଛନ୍ତି । ପିଇବା ପାଇଁ ଯେତିକି ଶିଳ୍ପ ପାଇଁ ତାର ୧୦ ଗୁଣରୁ ଅଧିକ ପାଣି ରାଜ୍ୟ ସରକାର ବ୍ୟବସ୍ଥା କରିଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ମହାନଦୀ ଜଳ ବିବାଦ ମାମଲାରେ ବିଜେପିର ଆଭିମୁଖ୍ୟ ମୂଳରୁ ସ୍ପଷ୍ଟ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମୌସୁମୀ ସମୟରେ ହୀରାକୁଦକୁ ପ୍ରବେଶ କରୁଥିବା ଜଳ ଓ ଏହାର ବହୁଗୁଣ ପାଣି ସମୁଦ୍ରକୁ ଚାଲିଯାଉଛି । ତେଣୁ ମୌସୁମୀ ସମୟରେ ଜଳ ପାଇଁ ବିବାଦ ନାହିଁ । ମାତ୍ର ଅଣମୌସୁମୀ ସମୟରେ ଓଡିଶାକୁ ଆସୁଥିବା ପାଣି ଯେପରି ପ୍ରଭାବିତ ନହୁଏ ଓ ଛତିଶଗଡରୁ ପାଣିର ପ୍ରବାହ ନିରନ୍ତର ଭାବେ ଚାଲିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେଥିପାଇଁ ଓଡିଶାର ସ୍ୱାର୍ଥରକ୍ଷା ପାଇଁ ଦଳ ଲଢେଇ କରିବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ମାତ୍ର ରାଜ୍ୟର ଜଳକୁ ହୀରାକୁଦ ତଳମୁଣ୍ଡରେ ବନ୍ଧବାଡ କରି ବର୍ଷାଦିନେ ରୋକି ଖରାଦିନେ ଲୋକମାନଙ୍କୁ ଯୋଗାଇଦେବାର ବ୍ୟବସ୍ଥା ନକରି ନଦୀ ଜଳର ଏକ ପ୍ରମୁଖ ଅଂଶକୁ ଶିଳ୍ପସଂସ୍ଥାମାନଙ୍କୁ ରାଜ୍ୟ ସରକାର ଟେକି ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭା ଉତର ସ୍ପଷ୍ଟ କରିଛି । ଏହି ପରିପ୍ରେକ୍ଷୀରେ ଛତିଶଗଡ ଶିଳ୍ପକୁ ପାଣି ଦେଉଛି କହି ବିଜେଡିର ଡ୍ରାମା ମୁଖ୍ୟମନ୍ତ୍ରୀ ବିଧାନସଭା ଉତର ଆଧାରରେ ଲୋକଲୋଚନରେ ସ୍ପଷ୍ଟ ହୋଇଛି ।

ONA

Leave a Reply

Top