You are here
Home > ଲାଟେଷ୍ଟ > ମହାନଦୀ ଜଳବିବାଦ ମାମଲାର ଶୁଣାଣି ଠପ୍

ମହାନଦୀ ଜଳବିବାଦ ମାମଲାର ଶୁଣାଣି ଠପ୍

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି ହୋଇପାରିନାହିଁ । ଏହି ମାମଲାର ଶୁଣାଣି ଦୁଇଜଣିଆ ଖଣ୍ଡପୀଠଙ୍କ ଦ୍ୱାରା ହେବାର ଥିଲା । ମାତ୍ର ଜଣେ ବିଚାରପତି ଅନୁପସ୍ଥିତ ଥିବାରୁ ମାମଲାର ଶୁଣାଣି ହୋଇ ପାରିନାହିଁ। ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ ସର୍ବୋଚ୍ଚ ଅଦାଲତ ରାୟ ଦେବେ ବୋଲି ଆଶା କରାଯାଉଥିବାବେଳେ  ବିଚାରପତି ଏସ .ଏ. ବବଡେ ଅନୁପସ୍ଥିତ ଥିବାରୁ ଶୁଣାଣି ହୋଇପାରିନଥିଲା । ମହନଦୀ ଜଳବିବାଦର ପରବର୍ତୀ ଶୁଣାଣି ତାରିଖ ନିର୍ଣ୍ଣୟ ହେବା ନେଇ ସୂଚନା ମିଳିଛି । ପୂର୍ବ ଶୁଣାଣିରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ କାଳକ୍ଷେପଣ କ୍ଷତି ଗ୍ରହଣ କରିଥିଲେ । ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । କିନ୍ତୁ ଗତ ଶୁଣାଣି ସମୟରେ କେନ୍ଦ୍ର ନିଜ କଥାରୁ ଓହରି ଯିବା ପରି ଯୁକ୍ତି ବାଢିଥିବା ନେଇ ଶାସକ ବିଜେଡ଼ି ଦଳ ପକ୍ଷରୁ ରାଜ୍ୟସଭାରେ ଆପତ୍ତି କରାଯାଇଥିଲା । ମହାନଦୀ ବିବାଦର ଆପୋଷ ସମାଧାନ ପାଇଁ ଜଳ ସମ୍ପଦ ମନ୍ତ୍ରୀ ନିତିନ୍ ଗଡ଼କରୀ ରାଜ୍ୟସଭାରେ ପରାମର୍ଶ ଦେଇଥିବାବେଳେ ବିଜୁ ଜନତା ଦଳ ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ନ୍ୟାୟାଳୟକୁ ଯାଇଛନ୍ତି। ଜାନୁଆରୀ ୧୬ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ କେନ୍ଦ୍ର ଚୂଡାନ୍ତ ନିଷ୍ପତ୍ତି ନ ଜଣାଇଲେ କୋର୍ଟ ରାୟ ଶୁଣାଇବେ ବୋଲି କହିଥିବାରୁ ଏ ସମ୍ପର୍କରେ ସର୍ବୋଚ୍ଚ ରାୟ କେଉଁ ପ୍ରକାର ନିର୍ଣ୍ଣୟ ନେବେ ତା ଉପରେ ନଜର। 

ONA

Leave a Reply

Top