You are here
Home > ପଲିଟିକ୍ସ > ମହଙ୍ଗା ପଡିଲା ଦଳ ସଂପର୍କରେ ମନ୍ତବ୍ୟ: ସାଂସଦ ଭର୍ତ୍ତୃହରିଙ୍କୁ ନବୀନଙ୍କ କୈଫିୟତ ତଲବ

ମହଙ୍ଗା ପଡିଲା ଦଳ ସଂପର୍କରେ ମନ୍ତବ୍ୟ: ସାଂସଦ ଭର୍ତ୍ତୃହରିଙ୍କୁ ନବୀନଙ୍କ କୈଫିୟତ ତଲବ

ଭୁବନେଶ୍ୱର : ଦଳ ସଂପର୍କରେ ମନ୍ତବ୍ୟ ଦେବା  ବିଜେଡି ସଂସଦୀୟ ଦଳର ନେତା ସାଂସଦ ଭତ୍ତୃହରି ମହତାବଙ୍କ ପାଇଁ ମହଙ୍ଗା ପଡିଛି  । ଦଳୀୟ ବ୍ୟାପାରରେ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ବିଜୁ ଜନତା ଦଳ ସାଂସଦ ଭର୍ତ୍ତୃହରି ମହତାବ। ସଭାପତି ନବୀନ ପଟ୍ଟନାୟକଙ୍କ ବିନା ଅନୁମତିରେ ଦଳ ବିଷୟରେ ମନ୍ତବ୍ୟ ଦେଇ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।  ପ୍ରଥମେ କଂଗ୍ରେସ-ବିଡେଡି ମେଣ୍ଟକୁ ନେଇ ମନ୍ତବ୍ୟ  ଦେଇଥିଲେ ସାଂସଦ  । ପରେ ପୁଣି ଥରେ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିବା ଏକ ଓଡିଆ ଦୈନିକ ଖବର କାଗଜରେ ପ୍ରକାଶ ପାଇଥିଲା  । ଯାହାକୁ ନେଇ ଦଳୀୟ ମହଳରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା  ।
ଗତ କିଛିଦିନ ତଳେ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ଗଣମାଧ୍ୟମକୁ କଂଗ୍ରେସ ସହିତ ଭବିଷ୍ୟତରେ ବିଜେଡି ମେଣ୍ଟ କରିପାରେ ବୋଲି ଇଙ୍ଗିତ କରିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରିଥିଲେ। ଏହାପରେ ଭର୍ତ୍ତୃହରିଙ୍କ ମନ୍ତବ୍ୟ ନେଇ ବିସ୍ମୟ ପ୍ରକାଶ ପାଇଥିଲା।  ଦଳର ତୁଙ୍ଗ ନେତାଙ୍କ କଥାରେ ତାଳମେଳ ନ ଥିବା ଚର୍ଚ୍ଚା ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ଏକ ଓଡିଆ ଦୈନିକ ଖବର କାଗଜରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ସ୍ୱତନ୍ତ୍ର ସାକ୍ଷାତକାର ନିଆଯାଇଥିଲା। ଏହି ସାକ୍ଷାତକାରରେ ସେ ଦଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟଶୈଳୀ ନେଇ ଖୋଲା ମନ୍ତବ୍ୟ ଦେଇଥିଲେ।
ଏହି ଘଟଣା ପରେ ଦଳୀୟ ମୁଖପାତ୍ର ପ୍ରତାପ ଦେବ ଦଳର ସଭାପତି ଭର୍ତ୍ତୃହରିଙ୍କ ମନ୍ତବ୍ୟର ଅନୁଧ୍ୟାନ କରୁଛନ୍ତି ବୋଲି ମତ ଦେଇଥିଲେ। ଏହାର ଦିନକ ପରେ ସାଂସଦଙ୍କ ନିକଟକୁ କୈଫିୟତ ତଲବ କରାଯାଇ ଏହି ନୋଟିସ ପଠାଯାଇଛି।
ମୁଁ ଉତ୍ତର ଦେବି” : ଭର୍ତ୍ତୃହରି
ସେପଟେ ସାଂସଦ  ଭତ୍ତୃହରି ମହତାବ କହିଛନ୍ତି ‘ମୁଁ  ଏପର୍ୟନ୍ତ ନୋଟିସ୍‌ ପାଇନାହିଁ। ସଭାପତିଙ୍କର କୈଫିୟତ ମାଗିବାର ଅଧିକାର ଅଛି। ସେ କୈଫିୟତ୍‌ ମାଗିଛନ୍ତି। ମୁଁ ଏହାର ଉତ୍ତର ଦେବି।’

ONA

Leave a Reply

Top