You are here
Home > ସଞ୍ଜିବନୀ > ମସ୍ତିସ୍କ ବିକାଶରେ ବାଇଗଣ

ମସ୍ତିସ୍କ ବିକାଶରେ ବାଇଗଣ

ଓଡିଆ ଘରେ ଆଳୁ ପରେ ବାଇଗଣ ହେଉଛି ମୁଖ୍ୟ ପରିବା । ଡାଲମା ହେଉ ବା ତରକାରୀ, ଭଜା, ଚିପ୍ସ କିମ୍ବା ବାଇଗଣ ପୋଡା ଭର୍ତ୍ତା ଖାଇବାକୁ ଅନେକ ପସନ୍ଦ କରିଥାନ୍ତି । ତେବେ କିଛି ଲୋକ ବାଇଗଣ ଖାଇବାକୁ ଆଦୌ ଭଲ ପାଆନ୍ତି ନାହିଁ । ବାଇଗଣ ଖାଇଲେ ପାଟି କୁଣ୍ଡାଇ ହୁଏ ବୋଲି ସେମାନଙ୍କ ଧାରଣା । ବାଇଗଣ କେବଳ ଏକ ସାଧାରଣ ପରିବା ନୁହେଁ, ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଯାହାଦ୍ୱାରା ଆମ ଶରୀର ଅନେକ ଉପକାର ପାଇଥାଏ ।…

♦   ବାଇଗଣରେ ଭରପୁର ପରିମାଣର ଖଣିଜ ପଦାର୍ଥ ଭରି ରହିଛି । ଏହାଛଡା ଏଥିରେ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଲୌହ, ମାଙ୍ଗାନିଜ ଭରି ରହିଛି । ଏଥିରେ ୯୨ ପ୍ରତିଶତ ଜଳୀୟ ଅଂଶ ଭରି ରହିଛି ।
♦    ଖାଦ୍ୟ ହଜମ କରିବାରେ ମଧ୍ୟ ବାଇଗଣ ସାହାଯ୍ୟ କରିଥାଏ । ଏଥିରେ ଥିବା ଫାଇବର ଏଥିପାଇଁ ସହାୟକ ହୋଇଥାଏ । କୋଷ୍ଠ କାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
♦   ମେଦହ୍ରାସ କରିବାରେ ମଧ୍ୟ ବାଇଗଣର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିରେ ପ୍ରବଳ ମାତ୍ରାରେ ଜଳୀୟ ଅଂଶ ଥିବା ସହ ଏହା କମ କ୍ୟାଲୋରୀ ଯୁକ୍ତ । ତେଣୁ ଏହା ଶରୀରରେ ମେଦ ବୃଦ୍ଧି ହେବାକୁ ଦିଏ ନାହିଁ ।
♦     ଡାଇବେଟିସ ନିୟନ୍ତ୍ରଣ କରିବାରେ ବାଇଗଣ ବେଶ ଉପକାରୀ । ଏଥିରେ ଥିବା ଫାଇବର ଏବଂ କାର୍ବୋ ହାଇଡ୍ରେଟ ଡାଇବେଟିସକୁ ନିୟନ୍ତ୍ରଣ ରଖିଥାଏ । ରକ୍ତ ସଞ୍ଚାଳନରେ ମଧ୍ୟ ଏହା ସହାୟକ ହୋଇଥାଏ ।
♦   ହୃଦରୋଗୀଙ୍କ ପାଇଁ ମଧ୍ୟ ବାଇଗଣ ଅତି ଉତ୍ତମ । ଏହା କୋେଷ୍ଟେରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଏହାସହ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।ଏଥିରେ ଥିବା ପୋଟାସିୟମ ହୃଦରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ମସ୍ତିସ୍କ ବିକାଶରେ ବାଇଗଣ ଭଲ କାମ କରିଥାଏ ।
♦    କେତେକ ଲୋକଙ୍କର ଭୁଲ ଧାରଣା ରହିଛି ଯେ, ବାଇଗଣ ଖାଇଲେ, ବିଭିନ୍ନ ପ୍ରକାର ଚର୍ମ ରୋଗ ହୋଇଥାଏ । ତେବେ ଏହା ସମ୍ପୂର୍ଣ୍ଣ ଭୁଲ । ଏଥିରେ ଥିବା କ୍ୟାଲସିୟମ ଏବଂ ମାଙ୍ଗିନିତ ତତ୍ତ୍ୱ ବିଭିନ୍ନ ପ୍ରକାର ଚର୍ମ ରୋଗରୁ ଆମ୍କୁ ଦୂରେଇ ରଖିଥାଏ ।
♦   ଏହା ଆମ କେଶ ପାଇଁ ମଧ୍ୟ ଅତି ଉତ୍ତମ । ବାଇଗଣ ଖାଇବା ଦ୍ୱାରା କେଶ ଝଡିବା, କେଶରେ ରୂପି ହେବା ଭଳି ସମସ୍ୟା ଦୂର ହୋଇଥାଏ ।

ONA

Leave a Reply

Top