You are here
Home > Breaking News > ମନ୍ଦିରରୁ ଫେରୁଥିବା ଯୁବତୀଙ୍କୁ ବାଟରୁ ଟେକିନେଇ ମଦ ପିଆଇ ଦୁଷ୍କର୍ମ : ଦୁଷ୍କର୍ମ ଦୃଶ୍ୟକୁ ଦୁର୍ବୃତ୍ତ କଲେ ଭାଇରାଲ୍

ମନ୍ଦିରରୁ ଫେରୁଥିବା ଯୁବତୀଙ୍କୁ ବାଟରୁ ଟେକିନେଇ ମଦ ପିଆଇ ଦୁଷ୍କର୍ମ : ଦୁଷ୍କର୍ମ ଦୃଶ୍ୟକୁ ଦୁର୍ବୃତ୍ତ କଲେ ଭାଇରାଲ୍

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଏକ ପାଶବିକ ଅତ୍ୟାଚାରର ଶିକାର ହୋଇଛନ୍ତି ଜଣେ ଯୁବତୀ । ଶନି ମନ୍ଦିରରୁ ଫେରୁଥିବା ବେଳେ କିଛି କାମାନ୍ଧ ବ୍ୟକ୍ତି ତାଙ୍କୁ ବାଟରୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଛନ୍ତି । ଖାଲି ସେତିକି ନୁହେଁ ଏହି ଅସହାୟା ଯୁବତୀଙ୍କୁ ମଦ ପିଆଇଲେ । ଯୁବକ ଜଣକ ଧର୍ଷଣ କରୁଥିବା ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କଲେ ଅନ୍ୟ ଦୁୁଇଜଣ ବନ୍ଧୁ । ଯୁବତୀଙ୍କୁ ଦୁଷ୍କର୍ମ କରୁଥିବାର ସମସ୍ତ ରେକର୍ଡ଼ିଂର ଭିଡ଼ିଓକୁ ଭାଇରାଲ୍ କରିଛନ୍ତି ଏହି କାମାସକ୍ତ ଯୁବକମାନେ ।

ଏହି ହୃଦୟବିଦାରକ ଦୁଷ୍କର୍ମ ଘଟଣା ଘଟିଛି ଜୁନାଗଡ଼ ନିକଟସ୍ଥ ଶିବସାଗରପଡ଼ା ଶନି ମନ୍ଦିର ନିକଟସ୍ଥ ଜଙ୍ଗଲରେ । ଯୁବତୀ ଜଣକ ମନ୍ଦିରରୁ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ୩ଜଣ ଯୁବକ ରାସ୍ତାରୁ ଟେକିନେଇ ବାଇକ୍ ଯୋଗେ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ମଦ ପିଇଥିଲେ ଏବଂ ଯୁବତୀଜଣକଙ୍କୁ ଜବରଦସ୍ତି ମଦ୍ୟପାନ କରାଇ ଦୁଷ୍କର୍ମ କରିଥିଲେ । ଏହି ଦୃଶ୍ୟକୁ ଭାଇରାଲ୍ କରିବା ପରେ ହିଁ ଯୁବତୀ ଜଣକ ଜାଣିବାକୁ ପାଇଥିଲେ । ପରେ ସେ ଥାନାରେ ଏତଲା ଦେବା ଦ୍ୱାରା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଜୁନାଗଡ଼ ଥାନା ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର ତଦନ୍ତ କରାଯାଇ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଜୁନାଗଡ଼ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

ONA

Leave a Reply

Top