You are here
Home > ଗସିପ ଖବର > କିଛି ଭୁଲ କରିନି: ଦାମ

କିଛି ଭୁଲ କରିନି: ଦାମ

ହଠାତ ମନ୍ତ୍ରିମଣ୍ଡଳରୁ ବିଦା ହେବା ଦାମଙ୍କୁ ହତଚକିତ କରିଥିଲା । ତୁରନ୍ତ ପ୍ରେସମିଟ ଡାକି ଦାମୋଦର ରାଉତ ସବୁ ସଫାସଫା କହିଥିଲେ ।
ମୁଁ ଯାଉଥିଲି ଗାଡିରେ, ସାର ଫୋନ୍ କଲେ । ମତେ ଶୁଣାଗଲାନି । ମୁଁ କହିଲି ସାର, କାଲି ସକାଳେ ମିଟିଂ ଡାକନ୍ତୁ ମୁଁ କ୍ଲାରିଫାଏ କରିବି । ଏହାର କିଛି ସମୟ ପରେ ତାଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଫୋନ କରି କହିଲେ, ମୋତେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅପଣ ଘଣ୍ଟାକ ଭିତରେ ଇସ୍ତଫା ଦିଅନ୍ତୁ । ମୁଁ କହିଲି ଏଇଟା କ’ଣ ସମ୍ଭବ । ରାଜଧାନୀରୁ ୧୦୦ କିଲୋମିଟରରୁ ଉଦ୍ଧ୍ୱର୍ ଏକ ମଫସଲ ଗାଁରେ ଅଛି, ସଭା ଚାଲିଛି, ମୁଁ କେମିତି ଇସ୍ତଫା ଦେବି? ଘଣ୍ଟାକ ଭିତରେ ଇସ୍ତଫା ଦିଆ ବୋଲି ପ୍ରିନ୍ସପାଲ ସେକ୍ରେଟାରୀ ପୁଣି ଦୋହରାଇଲେ । ମୁଁ କହିଲି ଇସ୍ତଫା ଦେଇ ପାରିବି ନାହିଁ ।
ମୁଁ କିନ୍ତୁ ମାଲ୍ୟବନ୍ତରେ କିଛି ବିବାଦୀୟ କଥା କହିନି । ମୁଁ ବାରମ୍ବାର ମନା କରିଛି ବ୍ରାହ୍ମଣମାନଙ୍କୁ ଅସମ୍ମାନ କରିନି । ସଭାରେ ୪୦ ହଜାର ଲୋକ ଥିଲେ କି ବେଶି ହେବେ । ଆଦିବାସୀ ଅଂଚଳ ହୋଇଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲି । ସେମାନଙ୍କ ଇତିହାସ, ଚଳଣି, ସେମାନେ ପ୍ରଥମେ ଚାଷ କରିଥିଲେ । ସେତେବେଳେ ବାତ୍ୟା, ବନ୍ୟା, ମରୁଡି ଥିଲା ହେଲେ କେହି ଆତ୍ମହତ୍ୟା କରୁନଥିଲେ । କାହିଁକିନା ସେମାନଙ୍କ ମାନସିକତା ଥିଲା, ମୁଁ ଆତ୍ମହତ୍ୟା କଲେ, ମୋ ପରିବାର ପ୍ରତିପୋଷଣ କିଏ କରିବ । ମୁଁ ଲଢ଼େଇ କରିବି । ବଞ୍ଚି ରହିବି, ପ୍ରକୃତିର ସାମ୍ନା କରିବି । ନିଜେ ବଞ୍ଚିବି ଓ ପରିବାରକୁ ବଞ୍ଚାଇବି । ସେ କଥା ଆଜି ଯାଏ ରହିଛି । ଲୋକେ କୁହନ୍ତି, ଆଦିବାସୀ ଭିକମାଗେ ନାହିଁ କି ଚାଷୀ ଆତ୍ମହତ୍ୟା କରେ ନାହିଁ । ଏଇଟା ସତ୍ୟ । ଏହି କଥା କହି ବୁଝାଇବା ବେଳେ ଉଦାହରଣ ଦେଇ କହିଥିଲି, ଆଦିବାସୀ ଖଟି ଖାଏ, ଭିକ ମାଗେନି । ଆପଣମାନେ ମହାନ । ଏଭଳି କହିବା ପରେ କିଛି ଲୋକଙ୍କର ଅସୁବିଧା ହୋଇଥିବ । ଗଣମାଧ୍ୟମ ଚାହୁଁଥିଲା , ମୁଖ୍ୟମନ୍ତ୍ରୀ କଲେ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ କିଛି ଦୋଷ ନାହିଁ ।
ଏଇ ଗଣମାଧ୍ୟମ ପ୍ରକାଶ କରିଥିଲା ଦାମୋଦର ରାଉତଙ୍କ ନାତି ଆନ୍ଧ୍ରପ୍ରଦେଶରୁ ୧୦ କୋଟି ଟଙ୍କା ଖାଇଥିଲା । ଏନେଇି ୩ କଲମରେ ଖବର ପ୍ରକାଶ ପାଇଥିଲା । ପୁଅ ନାଁରେ କଂଗ୍ରେସ ନେତାଙ୍କୁ ବମ୍ ମାରି ଉଡାଇ ଦେବ ବୋଲି ଖବର ବି ପ୍ରକାଶ କରିଥିଲା ଗଣମାଧ୍ୟମ । ମୁଁ ଜାଣେ ବ୍ରାହ୍ମଣ କହିଲେ କେବଳ ପୁରୀ ଯେତିକି ବ୍ରାହ୍ମଣ ଅଛନ୍ତି ସେତିକି ନୁହେଁ, ସାରା ଓଡ଼ିଶାରେ ୭% ବ୍ରାହ୍ମଣ ଅଛନ୍ତି । ବ୍ରାହ୍ମଣ ସର୍ବଦା ନମସ୍ୟ । ଏହା ଆମ ପରମ୍ପରା । ମୁଁ କଣ ପରାମ୍ପରା ବାହାରେ କି?
ଯେପର୍ଯ୍ୟନ୍ତ ବିଜୁ ଜନତା ଦଳ ଅଛି, ମୁଁ ଏ ଦଳରେ ଅଛି । ବିଜୁ ବାବୁଙ୍କ ଆଦର୍ଶରୁ ମୁଁ ମୋ ଜୀବନକାଳ ମଧ୍ୟରେ କେବେ ବିଚ୍ୟୁତ ହୋଇନାହିଁ । ବିଜୁ ପଟ୍ଟନାୟକ ଯାହା କହିଥିଲେ ମୁଁ ତାହା ଅକ୍ଷରେ ଅକ୍ଷରେ ପାଳନ କରୁଛି । ୪୦ ବର୍ଷ ମଧ୍ୟରେ ୬ ଥର ମନ୍ତ୍ରୀ ହୋଇଛି । ଅଧିକାଂଶ ବିଭାଗର ମନ୍ତ୍ରୀ ହୋଇଛି । କାହିଁ ମୋ ବିରୁଦ୍ଧରେ ତ ନୋଟିସ୍ ଆସୁନି ।
ପୁରୀ ବୈଠକକୁ ଯିବି । ଯଦି ଦଳର ସଭାପତି ମୁଖ୍ୟମନ୍ତ୍ରୀ କହିବେ ଆସନା, ତାହେଲେ ଯିବି ନାହିଁ । ଯିବା ପାଇଁ ସମସ୍ତଙ୍କୁ କୁହାଯାଇଛି, ମତେବି । ସକାଳୁ ଆଡିସନାଲ ସେକ୍ରେଟାରୀ ଗୋପବନ୍ଧୁ ବାବୁ ମୋତେ କହିଥିଲେ , ସଭାପାଇଁ ଭଲକି ପତକା, ବ୍ୟାନର କରିବାକୁ । ମୁଁ ବ୍ୟବସ୍ଥା କରିଦେଇଥିବା କହିଲି । ମୋତେ ବହିଷ୍କାର କରାଗଲା ସେ ସମ୍ପର୍କରେ ମୁଁ ଜାଣିଲି ନାହିଁ, କାଲି ସକାଳେ ଯଦି କହିବେ, ତୁମେ ଗଲେ ଅସୁବିଧା ହେବ, ଯାଅନା । ତେବେ ପୁରୀ ଯିବିନାହିଁ । ମୋ ଲୋକ ଯିବେ କିନ୍ତୁ ମୁଁ ଯିବି ନାହିଁ ।
ଅଙ୍ଗନବାଡିରେ ପାଠ ପଢ଼ୁଥିବା କୁନି ପିଲାଙ୍କ ବୁଦ୍ଧିବୃତ୍ତି ନଥାଏ, ହାଉ ହାଉ ହେଉଥାନ୍ତି । ସେମିତି ସ୍ୱାମୀ ଛାଡି । ଜଣେ ତରୁଣୀ, ତାର ସ୍ୱାମୀକୁ ଜୀବନ ଦେଇ ଭଲ ପାଉଛି, ସ୍ୱାମୀ ଯଦି ଅବାଟରେ ଗଲା । ତାଙ୍କୁ ଯଦି ହଠାତ୍ ପରିତ୍ୟାଗ କରିଦେଲା, ତାଙ୍କର ମେଣ୍ଟାଳ ଟ୍ରମା ହୁଏ । ସେ ଭାରସାମ୍ୟ ରଖିପାରନ୍ତି ନାହିଁ । ଏଭଳି କଥା କହୁଥିବାଙ୍କୁ ଉପାଖ୍ୟାନ ଦିଆଯାଇଥିଲା । ମୁଁ ଅଙ୍ଗନବାଡି କର୍ମୀଙ୍କୁ କାହିଁକି କହିବି । ସେମାନଙ୍କରତ ସ୍ୱାମୀ ଅଛି । ସେମାନେ ଯାହା କରିଲେ, ଅନ୍ୟମାନଙ୍କୁ ଭଲ ଲାଗୁଥିଲା । ଗୁଜରାଟ ଯାଆନ୍ତି, ଚାକିରି ନପାଇଲେ ଯାହା କରନ୍ତି? ମୁଖ୍ୟମନ୍ତ୍ରୀଙ୍କୁ କହିଲେ ନପୁଂଶକ, ମତେ କହିଲେ ଶ୍ରୀଖଣ୍ଡି । ସେଗୁଡାକ ଭଲ କଥା ନୁହେଁ । ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଲେ । ସମସ୍ତେ ଶୁଣିଛନ୍ତି । ସେମାନେ ବିଜ୍ଞ ଆଉ ବିଜେଡିକୁ ଚଳଉଛନ୍ତି ।
ବିଜୁ ବିଚାର ମଞ୍ଚ ମରିନି ଏବେବି ଅଛି । ଆଗରୁ ସମୟ ଦେଇ ପାରୁ ନଥିଲି , ଏବେ ଦେବି । ବିଜୁ ବିଚାର ମଞ୍ଚ ଏକ ରାଜନୈତିକ ଦଳ ନୁହେଁ । କାହା ବିରୁଦ୍ଧରେ କହିବାର ନାହିଁ । ପିଢ଼ି ବଦଳି ଯାଉଛି, ଲୋକେ ବିଜୁ ବାବୁଙ୍କୁ ଭୁଲି ଯାଉଛନ୍ତି, ତେଣୁ ସେ କଣ କହୁଥିଲେ, କଣ କରୁଥିଲେ, କାହିଁକି ତାଙ୍କୁ ଲୋକ ଭଲ ପାଉଥିଲେ? ସେ ସମ୍ପର୍କରେ ଜଣାଇବା ବିଜୁ ବିଚାର ମଞ୍ଚର ଲକ୍ଷ୍ୟ ।
ମତେ ଲୋକେ ଭୋଟ ଦେଇଛନ୍ତି । ମୁଁ ବିଧାୟକ ହୋଇଛି ତାଙ୍କ କଥା ବୁଝିବା ପାଇଁ । ମୁଖ୍ୟମନ୍ତ୍ରୀ ଭାବିଥିଲେ ମୁଁ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଯୋଗ୍ୟ । ତେଣୁ ମନ୍ତ୍ରୀ କରିଥିଲେ । ପାଖାପାଖି ୪ ବର୍ଷ ମନ୍ତ୍ରୀ ରହିଲା ପରେ ଅନୁଭବ ହେଲା, ଇଏ ମନ୍ତ୍ରୀ ମୋତେ ଠିକ ଭାବେ ସାହାର୍ଯ୍ୟ କରୁନି । ମୋର ଆସ୍ଥାଭାଜନ ନୁହେଁ , ତେଣୁ ବାହାର କରିଦେଲେ । ଏହା ତାଙ୍କର ଇଚ୍ଛାଧିନ । ଏଥିରେ ମୋର କିଛି ପ୍ରତିକ୍ରିୟା ନାହିଁ । ଏକଥା ମୋ ପାଇଁ ନୂଆ ନୁହେଁ । ବିଧାୟକ ପ୍ରଭାତ ତ୍ରିପାଠୀ ତାଙ୍କର ସ୍କୁଲର ଶତବାର୍ଷିକ ହେଉଥିଲା, ମୁଁ ନେଇକି ଯାଇଥିଲି । ସଭାରେ ଭାଷଣ ଦେଉଛି, ସିଧାସଳଖ ମୁଖ୍ୟମନ୍ତ୍ରୀ ଫୋନ୍ କଲେ, କହିଲେ ଦାମ ବାବୁ ମୁଁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରୁଛି, ଶୀଘ୍ର ଇସ୍ତଫା ଦେଇଦିଅନ୍ତୁ । ମୁଁ ଦେଇଦେଲି ।
୨୦୧୯ ଲୋକ ଚାହିଁଲେ ଓ ଦଳରୁ ଟିକେଟ ମିଳିଲେ ନିର୍ବାଚନ ଲଢ଼ିବି ନହେଲେ ନାହିଁ ।

ONA

Leave a Reply

Top