You are here
Home > ଲାଟେଷ୍ଟ > ମଙ୍ଗଳବାରଠୁ ବିଧାନସଭା ଶୀତକାଳିନ ଅଧିବେଶନ

ମଙ୍ଗଳବାରଠୁ ବିଧାନସଭା ଶୀତକାଳିନ ଅଧିବେଶନ

ଭୁବନେଶ୍ୱର: ମଙ୍ଗଳବାରଠୁ ବିଧାନସଭାର ଶୀଳକାଳିନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଶାସକ ଦଳକୁ ଘେରିବାକୁ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତ କରୁଛି । ସେହିପରି ବିରୋଧୀଙ୍କୁ ମୁକାବିଲା କରିବାକୁ ଧାନର ଏମଏସପି ବୃଦ୍ଧି ଓ ମହାନଦୀ ପ୍ରସଙ୍ଗକୁ ଢ଼ାଲ କରିଛି ଶାସକ ଦଳ । ସୋମବାର ଶାସକ ଦଳ ସମେତ ଅନ୍ୟ ଦୁଇ ବିରୋଧୀ ଦଳର ବିଧାୟକ ଦଳ ବୈଠକ ହେବ । ଚଳିତ ବିଧାନସଭା ଅଧିବେଶନରେ ଚାଷୀଙ୍କ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ବିଧାୟକ ଦଳ ବୈଠକ ବସିବ । ସେହିଭଳି ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ରୋଡ ମ୍ୟାପ୍ ପ୍ରସ୍ତୁତି ବୈଠକ ହେବ । ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଧାନସଭାରେ ଶାସକଙ୍କୁ ଘେରିବାକୁ ଦଳୀୟ ନୀତି ପ୍ରସ୍ତୁତି କରିବ ବିଜେପି ।
ଚଳିତମାସ ୨୮ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭାର ଶୀତକାଳିନ ଅଧିବେଶନ ଚାଲିବ । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ବିଧାନସଭା ବୈଠକ ବସିବ । ଏହି ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ରହିଛି । ଏଥିରେ ୧୬ଟି ସରକାରୀ ଦିବସ ଓ ୫ଟି ବେସରକାରୀ ଦିବସ ରହିଛି । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ସଂକ୍ରାନ୍ତୀୟ ବିନିମୟ ବିଲ ଉପରେ ଆଲୋଚନା ପାଇଁ ୫ ଦିନ ରଖାଯାଇଛି ।

ONA

Leave a Reply

Top