You are here
Home > ଲାଟେଷ୍ଟ > ଭୋଟ ଦେଲେ ହାଁସଦା

ଭୋଟ ଦେଲେ ହାଁସଦା

ଭୁବନେଶ୍ୱର : ନବ ଦିଗନ୍ତ ଚିଟଫଣ୍ଡ ମାମଲାରେ ସଂପୃକ୍ତ ମୟୁରଭଞ୍ଜର ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦା ଆଜି ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ ଦେଇଛନ୍ତି । ସିବିଆଇ କୋର୍ଟଙ୍କ ଦୁଇ ଦିନିଆ ଅନୁମତି ପରେ ଦିଲ୍ଲୀ ଯାଇ ସେ ଭୋଟ ଦେଇଛନ୍ତି ।ଭୋଟ ଦେବା ପରେ ସାଂସଦ ରାମଚନ୍ଦ୍ର ହାଁସଦା ନିଜ ପ୍ରତିକ୍ରିୟାରେ କହଛନ୍ତି ଯେ, ଗାନ୍ଧିବାଦକୁ ବଞ୍ଚାଇ ରଖିବା ଲାଗି ଭୋଟ ଦେଇଛି । ରାଷ୍ଟ୍ରପତି ନିର୍ବାଚନରେ ଭୋଟ ନଦେଇପାରିବାରୁ ମୁଁ ଦୁଃଖିତ । ମୟୁରଭଞ୍ଜବାସୀଙ୍କ ଦାବି ସଂସଦରେ ଉଠାଇ ନପାରିବା ମଧ୍ୟ ତାଠାରୁ ଦୁଃଖିଦାୟକ । ଏହା ସହ ଚିଟଫଣ୍ଡ ପ୍ରସଙ୍ଗକୁ ନେଇ କେବେ ନା କେବେ ସତ୍ୟର ଜୟ ହେବକଥା ସେ କହିଛନ୍ତି ।ସୂଚନା ଅନୁଯାୟୀ, ଚିଟ୍‌ଫଣ୍ଡ ଠକେଇ ମାମଲାରେ ସେ ଗିରଫ ହୋଇ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଥିଲେ । ଉପରାଷ୍ଟ୍ରପତି ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବାକୁ ହାଁସଦା ପୂର୍ବରୁ ଆବେଦନ କରିଥିଲେ।  ସ୍ୱତନ୍ତ୍ର ସିଜେଏମ୍‌ କୋର୍ଟଙ୍କ ୨ଦିନିଆ ଅନୁମତି ମିଳିବା ପରେ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ହାଁସଦା ଦିଲ୍ଲୀ ନିଆଯାଇଛି । ଅଗଷ୍ଟ ୭ରେ କୋର୍ଟରେ ଉପସ୍ଥିତ ହେବା ପରେ ହାଁସଦା ପୁଣି ଥରେ ଝାରପଡ଼ା ଜେଲକୁ ଯିବେ ।
ONA

Leave a Reply

Top