You are here
Home > ଅଧିକ ଖବର > ଭୁବନେଶ୍ୱର: ନୂଆ ୨ହଜାର ଟଙ୍କିଆ ବଣ୍ଡଲ ସହ ୩୦ ଲକ୍ଷର କଳାଟଙ୍କା ଜବତ

ଭୁବନେଶ୍ୱର: ନୂଆ ୨ହଜାର ଟଙ୍କିଆ ବଣ୍ଡଲ ସହ ୩୦ ଲକ୍ଷର କଳାଟଙ୍କା ଜବତ

ଭୁବନେଶ୍ୱର:  ରାଜଧାନୀରେ ୩୦ ଲକ୍ଷ ମୂଲ୍ୟର କଳାଟଙ୍କା ଜବତ କଲା ପୁଲିସ। ଶହୀଦ ନଗରରେ ଏକ କାର୍‌ ଭିତରେ ଥିବା ଏହି ଟଙ୍କାକୁ କମିଶନରେଟ୍‌ ପୁଲିସ ଜବତ କରିଛି। ଜବତ ଟଙ୍କା ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍‌ର ଏକ ବିଡା ରହିଛି। ୨୭ ଲକ୍ଷଟଙ୍କାର ପୁରୁଣା  ହଜାରେ ଟଙ୍କିଆ  ଓ ୩ ଲକ୍ଷ ଟଙ୍କାର ୨ହଜାର ଟଙ୍କିଆ ରହିଛି। ଏହି ଘଟଣାରେ ପୁଲିସ ପୁରୀ ସତ୍ୟବାଦୀ ଅଞ୍ଚଳର ସୁମନ୍ତ ପ୍ରଧାନ ଓ ମମତା ବେହେରାଙ୍କୁ ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ  ଫେରାର ହୋଇଯାଇଛି।ତେବେ ଜଣଙ୍କୁ ନୋଟ୍‌ ବଦଳ ବେଳେ ଆଗରୁ ସର୍ବାଧିକ ୪୫୦୦ ଟଙ୍କା ମିଳୁଥିବା ବେଳେ ୨ହଜାର ଟଙ୍କିଆ ନୋଟ୍‌ ବଣ୍ଡଲ କେଉଁଠାରୁ ଆସିଲା ଓ ଏତେ ପରିମାଣର ଟଙ୍କା କେଉଁଥି ପାଇଁ କାର୍‌ରେ ନିଆଯାଉଥିଲା ପୁଲିସ ତାହାର ତଦନ୍ତ କରୁଛି।

ONA

Leave a Reply

Top