You are here
Home > ଲାଟେଷ୍ଟ > ଭୁବନେଶ୍ୱରରେ ଲୁଲୁଙ୍କ ପାର୍ଥିବ ଶରୀର: ଆଜିଶେଷଯାତ୍ରା,ଗଡରୋଡଙ୍ଗରେ ହେବ ଶେଷକୃତ୍ୟ

ଭୁବନେଶ୍ୱରରେ ଲୁଲୁଙ୍କ ପାର୍ଥିବ ଶରୀର: ଆଜିଶେଷଯାତ୍ରା,ଗଡରୋଡଙ୍ଗରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ଆଜି  ଶେଷଯାତ୍ରା  । ଭୁନେଶ୍ୱର ୟୁନିଟ-୬ ସରକାରୀ ବାସଭବନରୁ ବାହାରିବ ଶେଷଯାତ୍ରାର ଶୋଭାଯାତ୍ରା  । ପ୍ରଥମେ କଂଗ୍ରେ ଭବନ ଯିବ ଲୁଲୁଙ୍କ ପାର୍ଥିବ ଶରୀର  । ପରେ ବିଧାନ ସଭା ଦେଇ ପୁରୀ ଅଭିମୁଖେ ବାହାରିବ ଅନ୍ତିମଯାତ୍ରା,ପୁରୀରୁ ବ୍ରହ୍ମଗିରି ଦେଇ ପୈତୃକ୍ୟ ଗାଁ ଗଡରୋଡଙ୍ଗରେ ହେବ ଶେଷକୃତ୍ୟ  ।

ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପାର୍ଥିବ ଶରୀର ଗତକାଲି ଅପରାହ୍ନରେ ନୂଆଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ଆସି ଭୁବନେଶ୍ୱରରେ ସଂଧ୍ୟା ୬.୨୦ ମିନିଟ୍‌ ସମୟରେ ପହଞ୍ଚିଥିଲା।ଲୁଲୁଙ୍କ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। “ଲୁଲୁ ଭାଇ ଅମର ରହେ” ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା। ବିମାନ ବନ୍ଦରର ୬ ନମ୍ୱର ଗେଟ୍‌ ଦେଇ ଲୁଲୁଙ୍କ ମରଶରୀକୁ ବାହାରକୁ ଅଣାଯାଇ ଏକ ସ୍ୱତନ୍ତ୍ର ଗାଡ଼ିରେ ଏୟାରପୋର୍ଟ ଛକ, ଶିଶୁ ଭବନ ଓ ରାଜଭବନ ଛକ ଦେଇ ତାଙ୍କ ବାସଭବନକୁ ନିଆଯାଇଥିଲା। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସମର୍ଥକ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ।

ଶେଷ ଦର୍ଶନ କରିବା ପାଇଁ ଲୁଲୁଙ୍କ ସରକାରୀ ବାସଭବନ ନିକଟରେ ସହାସ୍ରାଧିକ ଲୁଲୁ ପ୍ରେମୀ ଜନାତଙ୍କ ସମେତ ଦଳ ମତ ନିର୍ବିଶେଷରେ ବହୁ ରାଜନେତାଙ୍କ ଭିଡ଼ ଜମିଥିଲା। ଆଜି ତାଙ୍କ ମରଶରୀରକୁ କଂଗ୍ରେସ ଭବନକୁ ନିଆଯିବ। ସେଠାରୁ ଏକ ବିରାଟ ପଟୁଆରରେ ବିଧାନସଭା ପରିସରକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯିବ। ପରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ଜିଲ୍ଲା ବ୍ରହ୍ମଗିରିର ତାଙ୍କର ପୈତୃକ ଗାଁ ଗଡ଼ରୋଡଙ୍ଗକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଲୁଲୁ ମହାପାତ୍ରଙ୍କ ଦେହାନ୍ତରେ ପ୍ରଦେଶ କଂଗ୍ରେସ ପକ୍ଷରୁ ୩ ଦିନିଆ ଶୋକ ପାଳନ କରାଯିବ। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି।

(ଫଟୋ:ସୈଜନ୍ୟ ଓଟିଭି)

 

ONA

Leave a Reply

Top