You are here
Home > ଲାଟେଷ୍ଟ > ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ପରେ ହଟିଲେ ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ

ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ପରେ ହଟିଲେ ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର : ଆର୍ଥିକ ଅନିୟମିତତା ଅଭିଯୋଗ କାରଣରୁ ବିଜୁ ପଟ୍ଟନାୟକ ବୈଷୟିକ ବିଦ୍ୟାଳୟ(ବିପିୟୁଟି) ଭିସି ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ ଉତ୍ତରାଞ୍ଚଳ ଆରଡିସି ଡି.ଭି ସ୍ୱାମୀ ଦାୟିତ୍ୱ ନେଇଛନ୍ତି। ଚିତ୍ତରଞ୍ଜନଙ୍କ ନାଁରେ ଅନିୟମିତତା ଅଭିଯୋଗ ଆସିବା ପରେ ତାଙ୍କୁ ପଦବୀରୁ ନିଲମ୍ବନ କରାଯାଇଛି।

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ, ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ପ୍ରାଶାସନିକ ଓ ଆର୍ଥିକ ଅନିୟମିତତା ଅଭିଯୋଗ ଆଧାରରେ କୁଳାଧିପତି ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ମାସ ମଧ୍ୟରେ ରାଜ୍ୟପାଳଙ୍କ ସଚିବାଳୟକୁ ତଦନ୍ତ ରିପୋର୍ଟ ପଠାଇବାକୁ କୁହାଯାଇଛି । ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଠାରୁ କ୍ଷମତା ପ୍ରତ୍ୟାହାର କରି ନିଆଯାଇଥିବା ବେଳେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ତୁରନ୍ତ ଦାୟିତ୍ବ ନେବାକୁ କୁଳାଧିପତିଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ୨୦୧୭ ନଭେମ୍ବର ୧୩ ତାରିଖରୁ ବିପିୟୁଟିର କୁଳପତି ଅଛନ୍ତି । ତେବେ ଆଇନ ଉଲ୍ଲଘଂନ କରି ପରିଚାଳନା ବୋର୍ଡର ବିନା ଅନୁମୋଦନରେ ୧୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ । ପୁଣଇ କୁଳାଧିପତିଙ୍କ ବିନା ଅନୁମୋଦନରେ ବିପିୟୁଟି କୁଳସଚିବଙ୍କୁ ପରିବର୍ତ୍ତନ କରିଛନ୍ତି । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ପକ୍ଷରୁ କୁଳାଧିପତିଙ୍କ ନିକଟରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

 

ONA

Leave a Reply

Top