You are here
Home > ଏଣ୍ଟରଟେନମେଣ୍ଟ > ଭାଲେଣ୍ଟାଇନ ଡେ ରେ ପ୍ରେମି ଯୁଗଙ୍କ ନୂଆ ଫର୍ମୁଲା,ପାର୍କ ନୁହେଁ ଶିବ ମନ୍ଦିରରେ  ପ୍ରେମ ସଫଳ ପାଇଁ ମାଗିଲେ ବର

ଭାଲେଣ୍ଟାଇନ ଡେ ରେ ପ୍ରେମି ଯୁଗଙ୍କ ନୂଆ ଫର୍ମୁଲା,ପାର୍କ ନୁହେଁ ଶିବ ମନ୍ଦିରରେ  ପ୍ରେମ ସଫଳ ପାଇଁ ମାଗିଲେ ବର

ଭୁବନେଶ୍ବର : ଗୋଟିଏ ଦିନରେ ଭାଲେଣ୍ଟାଇନ ଡେ  ଓ ଜାଗର । ଏହାକୁ ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିଥିଲା  । ଶିବଙ୍କ ପ୍ରିୟ ଦୁଦୁରା ଫୁଲ , ଆଉ ପ୍ରେମର ପ୍ରଦୀକ ଗୋଲାପ ଫୁଲ ଭିତରେ କାହାର ଭାଉ ଅଧିକ ରହିବ ତାକୁ ଥିଲା ଅପେକ୍ଷା । ଆଉ ଆଜି ଜଣା ପଡିଲା ପ୍ରେମି ଯୁଗଳଙ୍କ ଲାଗି  ଗୋଲାପ ଭାଉ ଠାରୁ ଦୁଦୁରା ଫୁଲର ଭାଉ ବି କିଛି କମ ନଥିଲା ।ଭାଲେଣ୍ଟାଇନ ଡେ କୁ ବିଭିନ୍ନ ସଂଗଠନ ବିରୋଧ କରୁଥିବାରୁ ଏହି ଦିନକୁ ପାଳନ କରିବାକୁ କିଛି ନୂଆ ଫର୍ମୁଲା ଆପଣେଇଥିଲେ ପ୍ରେମୀ ଯୁଗଳ । ପାର୍କ ମୁହାଁ ନହୋଇ ଶିବ ମନ୍ଦିରରେ ପୂଜା ଚର୍ଚ୍ଚାନା କରି ପ୍ରେମର ସଫଳତା କାମନା କରିଥିଲେ । ସେଥିଲାଗି ଶିବ ମନ୍ଦିରରେ ଯୋଡି ଯୋଡି ପ୍ରେମିଙ୍କ ଭିଡ ଲାଗିଥିବା  ଦେଖିବାକୁ ମିଳିଥିଲା । ଅନେକ ଯୋଡି ମନ୍ଦିର ବେଢାରେ ବସି ଗପିଥିଲେ ,ହେଲେ ସେମାନଙ୍କ ମୁହଁରୁ ଓଢଣି ଖସି ନଥିଲା ।

ମହାଶିବରାତ୍ରି ଦିନ ପଡ଼ିଛି ଭାଲେଣ୍ଟାଇନ  ଡେ । ଆଉ ଏପଟେ ଭାଲେଣ୍ଟାଇନ ଡେ ଭଣ୍ଡୁର କରିବାକୁ ବିଭିନ୍ନ ବିଭିନ୍ନ ସଂଗଠନଙ୍କ ଗର୍ଜନ ତର୍ଜନ। କିନ୍ତୁ ପ୍ରେମଏବ ଜୟତେ ମନ୍ତ୍ର ଜପୁଥିବା ପ୍ରେମି ଯୁଗଳ କିଛି ନୂଆ ଫର୍ମୁଲା ଆପଣାଇଥିଲେ। ଯେଉଁଥିରେ ସମସ୍ତେ ଖୁସ।

ବର୍ଷକରେ ଥରେ ଆସିଛି ଭାଲେଣ୍ଟାଇନ ଡେ।  ପ୍ରେମ କରୁଛ ମାନେ କିଛି ତ କରିବାକୁ ପଡ଼ିବ । ନହେଲ ପ୍ରେମଟା, ପ୍ରେମ ଦିବସଟା ପୂରା ଫିକା ପଡିଯିବନି। ଏଣେ ତାୟବ ଅଲି ପ୍ୟାର କା ଦୁଷ୍ମନ ଠାଏ ଠାଏ ଜଗି ବସିଛନ୍ତି । କିଏ କୁରାଢ଼ି ପଜେଇ ବସିଛି ତ କେଉଁଠି ଖାକି ପ୍ୟାଣ୍ଟ ଠେଙ୍ଗା ଧରି ବୁଲୁଛନ୍ତି  । ଏଣେ ପାର୍କରେ ତାଲା ପକେଇ ଦେଇଛନ୍ତି ସରକାର। କାରଣ ଗଣ୍ଡଗୋଳ ହେବାର ଆଶଙ୍କା ରହିଛି । ତେଣୁ ପାର୍କ ଖାଁ ଖାଁ ।  ଆଉ ଏଏବର୍ଷ ପୁଣି ପଡ଼ିଛି ମହାଶିବରାତ୍ରି। ମନରେ କନଫ୍ୟୁଜନ। ପ୍ରିୟା କରିଛି ଉପବାସ। ତେଣୁ ସବୁକିଛି କୁ ଦେଖି ଶିବ ଭକ୍ତ ବନିଲେ ପ୍ରେମିକମାନେ। ପ୍ରିୟାଙ୍କୁ ଧରି ଶିବ ମନ୍ଦିର ଯିବାକୁ ଠିକ୍‌ କରିଛନ୍ତି । ଆଜି ପ୍ରେମ ଦିବସରେ ଏମିତି କିଛି ଠୋସ ନିଷ୍ପତ୍ତି ନେଇଛନ୍ତି ପ୍ରେମି ଯୁଗଳ। କାମେଶ୍ବର ଶ୍ରୀ ଶ୍ରୀ ଆଶୁତୋଷ ମହାଦେବଙ୍କୁ ପୂଜା କରି ପ୍ରେମ ସଫଳ କରିବାକୁ ମନାସି ଆସିଛନ୍ତି। ତେବେ ଭ୍ୟାଲେଣ୍ଟାଇନ ଡେ ସେଲିବ୍ରେଟ କରିବାକୁ ସବୁଠାରୁ ସେଫେଷ୍ଟ ପ୍ଲେସ ଭାବେ ପ୍ରେମି ଯୁଗଳ ଧରିନେଇଛନ୍ତି ଅନଲାଇନ ଡେଟିଂ। ମାନେ ଯାହା ହବ ସବୁ ମୋବାଇଲ ମୋବାଇଲରେ। ବାହାରକୁ ବାହାରିଲେ ସିନା କିଛି ପ୍ରେବ୍ଲେମ ହେବ। ତେଣୁ ମେସେଜ୍‌ ହ୍ବାଟସଆପ୍‌ରେ ଏମିତି କିଛି ମିଠା ମିଠା କଥା ହୋଇଛନ୍ତି ପ୍ରେମି ଯୁଗଳ। ଅବଶ୍ୟ ଏହି ସମୟରେ ଫିଲ୍ମ ହଲରେ କିଛିଟା ଭିଡ଼ ଦେଖିବାକୁ ମିଳିଛି। ହଲରେ ଏଥର ସେମିତି ରୋମାଣ୍ଟିକ ଫିଲ୍ମ ନଥିଲେ ବି ପ୍ୟାଡ଼ ମ୍ୟାନ ଦେଖିଛନ୍ତି କିମ୍ବା ଓଡ଼ିଆ ଫିଲ୍ମ ବି ଚଳେଇ ନେଇଛନ୍ତି। ଏତିକିବେଳେ ସଲମାନ ଖାନ ଲଭରାତ୍ରିର ଫାଷ୍ଟଲୁକ୍‌ ଛାଡିଛନ୍ତି। ଏପଟେ ଶିବରାତ୍ରି ସେପଟେ ଲଭରାତ୍ରି। ଯିଏ ଯେମିତି ପାଳିଲା ତାକୁ ସେମିତି ଲାଗିଲା।

ONA

Leave a Reply

Top