You are here
Home > ବଡ଼ଖବର > ଭାରତରେ ୪୮ ହଜାର ‘ରାନସମୱେର ଭାଇରସ୍’ : ପ୍ରଭାବିତ ସହର ତାଲିକାରେ ଭୁବନେଶ୍ୱର ୫ମ

ଭାରତରେ ୪୮ ହଜାର ‘ରାନସମୱେର ଭାଇରସ୍’ : ପ୍ରଭାବିତ ସହର ତାଲିକାରେ ଭୁବନେଶ୍ୱର ୫ମ

ମୁମ୍ବାଇ: ସାଇବର ଆକ୍ରମଣକୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ୱାନା କ୍ରାଏ ରାନସମୱେର ଭାଇରସ୍ ଭୟ ସୃଷ୍ଟି କରିଛି । ଏହି ଭାଇରସ୍ ଏବେ ଓଡ଼ିଶାରେ ପ୍ରବେଶ କରିସାରିଛି । ୱାନା କ୍ରାଏ ରାନସମୱେର ଭାଇରସ୍ ଯୋଗୁ ବ୍ରହ୍ମପୁର ହସ୍ପିଟାଲ କମ୍ପୁ୍ୟଟର ହ୍ୟାକ୍ ହୋଇଥିବା ଜଣାପଡିଛି । ତେବେ ଦେଶ ବ୍ୟାପି ୪୮ ହଜାର ୱାନା କ୍ରାଏ ରାନସମୱେର ଭାଇରସ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଜଣାପଡିଛି ।  ମଙ୍ଗଳବାର ଏତେଗୁଡାଏ ଭାଇରସକୁ ଚିହ୍ନଟ କରିଥିବା କୁଇକ୍ ହିଲ କହିଛି । କୁଇକ୍ ହିଲ ହେଉଛି ପୁନେ ସ୍ଥିତ ଏକ ସାଇବର ସିକୁ୍ୟରିଟି ଫାର୍ମ  । ତେବେ ସବୁଠାରୁ ପଶ୍ଚିମବଙ୍ଗରେ ଅଧିକଥର ୱାନା କ୍ରାଏ ରାନସମୱେର ଭାଇରସ ଆଟାକ୍ ପାଇଁ ଉଦ୍ୟମ ହୋଇଥିବା କୁଇକ୍ ହିଲ ପକ୍ଷରୁ କୁହାଯାଇଛି । ବିଶେଷକରି ୪୦ ପ୍ରତିଶତ ବ୍ୟକ୍ତିଗତ ଏବଂ  ୬୦% ଏଣ୍ଟରପ୍ରାଇଜେସ୍ କମ୍ପୁ୍ୟଟର ଉପରେ ଏହି ଆକ୍ରମଣ ପାଇଁ ଉଦ୍ୟମ ହୋଇଥିବା ଏହି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଭାଇରସ ଭାରତ ସମେତ ପ୍ରାୟ ୧୫୦ଟି ଦେଶକୁ କବଳିତ କରିଥିବା ସୂଚନା ମିଳିଛି  ।
  ତେବେ ଦେଶର ସବୁଠୁ ପ୍ରଭାବିତ ସହର ତାଲିକାରେ କୋଲକାତା, ଦିଲ୍ଲୀ, ଭୁବନେଶ୍ୱର ପୁନେ ଏବଂ ମୁମ୍ବାଇ ଥିବା ଜଣାପଡିଛି । ତେବେ ଏହି ଭାଇରସକୁ ଚିହ୍ନଟ କରିବା ସହ ଏହାର ଆକ୍ରମଣରୁ ସିଷ୍ଟମକୁ ସୁରକ୍ଷା ଦେବା ପରେ କୁଇକ୍ ହିଲ ସଫଳ ହୋଇଥିବା କହିଛି । ସେହିପରି  ‘ମାଇକ୍ରୋସଫ୍ଟ ୱିଣ୍ଡୋଜ୍’ ଅପରେଟିଂ ସିଷ୍ଟମରେ ଚାଲୁଥିବା କମ୍ପୁ୍ୟଟର  ଏବଂ ସର୍ଭର ପ୍ରତି ଅଧିକ ବିପଦ ରହିଥିବା କୁହାଯାଇଛି ।
ଏଟିଏମ୍ ପ୍ରତି ବିପଦ ନାହିଁ
କମ୍ପୁ୍ୟଟରକୁ ଅଚଳ କରିଦେଉଥିବା ୱାନା କ୍ରାଏ ରାନସମୱେର ଭାଇରସ ଏଟିଏମକୁ ବି ଅଚଳ କରିଦେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହା ଦୂର ହୋଇଛି । ୱାନା କ୍ରାଏ ରାନସମୱେର ଭାଇରସ ଏଟିଏମକୁ ଆଟାକ୍ କରିପାରିବ ନାହିଁ  । ଏନଆଇସି ନିର୍ଦେଶକ ଅଶୋକ କୁମାର ହୋତା ଏହି ସୂଚନା ଦେଇଛନ୍ତି  । ସେ କହିଛନ୍ତି, ଏଟିଏମ୍ ପ୍ରତି ୱାନା କ୍ରାଏ ରାନସମୱେର ଭାଇରସର ବିପଦ ନାହିଁ  । ଡାଟା ଷ୍ଟୋର ହେଉଥିବା  ଡିଭାଇସକୁ ଭାଇରସ ବିପଦ ଥାଏ  । ଏଟିଏମ୍ ପ୍ରତି ବିପନ ନାହିଁ  ।
ଆଇଟି ବିଭାଗର ପରାମର୍ଶ
ୱାନା କ୍ରାଏ ରାନସମୱେର ଭାଇରସ ଆଟାକରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ପରାମର୍ଶ ଦେଇଛି । ସିଷ୍ଟମକୁ ଅପଡେଟ୍ ରଖିବା ସହ ଆଣ୍ଟି ଭାଇରସ୍ ସଫ୍ଟୱେର ଅପଡେଟ୍ କରିବାକୁ କୁହାଯାଇଛି । କମ୍ପୁ୍ୟଟରରେ ଥିବା ଡାଟାକୁ ନିୟମିତ ବ୍ୟାକଅପ୍ ରଖିବାକୁ  ମଧ୍ୟ ପରାମର୍ଶ ଦିଆଯାଇଛି । ସମସ୍ତ ଡାଟାର ବ୍ୟାକଅପ୍ ଅଫଲାଇନରେ ରଖିବାକୁ କୁହାଯାଇଛି । ସରକାରଙ୍କ ଡାଟା ସିଷ୍ଟମକୁ ସୁରକ୍ଷିତ କରିବାକୁ  ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ମାଇକ୍ରୋସଫ୍ଟର ସୁରକ୍ଷା ପରାମର୍ଶ
ୱାନା କ୍ରାଏ ରାନସମୱେର ଭାଇରସ ଆଟାକରୁ କିଭଳି ନିଜ କମ୍ପୁ୍ୟଟରକୁ ସୁରକ୍ଷିତ ରଖିପାରିବେ ସେ ନେଇ ମାଇକ୍ରୋସଫ୍ଟ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେଗୁଡିକୁ  ହେଲା
ଗୁରୁତ୍ୱପୂର୍ଣ୍ଣ ଡାଟାକୁ ଅନ୍ୟଏକ ହାର୍ଡ ଡ୍ରାଇଭକୁ ନେଇଯାଆନ୍ତୁ ଓ ଏହାକୁ ଅଫଲାଇନ ରଖନ୍ତୁ ।
ଅଜଣା ଓ ସନେ୍ଦହଜନକ ବ୍ୟକ୍ତି ପଠାଇଥିବା ଇମେଲ ଆଟାଚମେଣ୍ଟଖୋଲନ୍ତୁ ନାହିଁ  ।
ନେଟୱର୍କରେ ୱେବ ଓ ଇମେଲ ଫିଲ୍ଟର ଲଗାନ୍ତୁ  ।
ଆଣ୍ଟି ଭାଇରସ୍ ସଫ୍ଟୱେରକୁ ଅପଡେଟ୍ କରନ୍ତୁ ।
ଅପରେଟିଂ ସିଷ୍ଟମକୁ ଥାର୍ଡ ପାର୍ଟି ଆପ୍ଲିକେସନ୍ ଭାବେ ରଖନ୍ତୁ  ।
ୱେବସାଇଟ୍ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ  ।
ରିମୋର୍ଟ ଡେକ୍ସଟପ୍ କନେକ୍ସନକୁ ଡିଜାବଲ କରି ଦିଅନ୍ତୁ  ।
ନିୟମ ଅନୁଯାୟୀ ୱାର୍କଷ୍ଟେସନ୍ରେ ପର୍ସନାଲ ଫାୟାରୱାଲକ କାର୍ଯ୍ୟକ୍ଷକ କରନ୍ତୁ  ।

ONA

Leave a Reply

Top