You are here
Home > ଏଣ୍ଟରଟେନମେଣ୍ଟ > ବୟଫ୍ରେଣ୍ଡଙ୍କ ମାଡରେ ଅଭିନେତ୍ରୀ ବେହାଲ

ବୟଫ୍ରେଣ୍ଡଙ୍କ ମାଡରେ ଅଭିନେତ୍ରୀ ବେହାଲ

ବଲିଉଡ ଅଭିନେତ୍ରୀ ନର୍ଗିସ ଫାଖରୀ ଏବଂ ତାଙ୍କ ବୟଫ୍ରେଣ୍ଡ ମୈଟ ଅଲୋଂଜୋଙ୍କୁ ବକ୍ସିଙ୍ଗ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଯାଇଛି । ଏହି ଭିଡିଓକୁ ଗୋଟିଏ ଦିନରେ ପାଖାପାଖି 6 ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି । ବଲିଉଡ ଅଭିନେତ୍ରୀ ନର୍ଗିସ ଫାଖରୀ ନିକଟରେ ବରୁଣ ଧୱନଙ୍କ ସହ “ମୈ ତେରା ହିରୋ” ଭଳି ସୁପରହିଟ ଫିଲ୍ମ ଦେଇଥିବାବେଳେ ହଲିଉଡ ଫିଲ୍ମ “ସ୍ପାଇ”ରେ ମଧ୍ୟ ନିଜର ଜଲୱା ଦେଖାଇ ସାରିଛନ୍ତି ! ଆଗକୁ ତାଙ୍କ ପାଖରେ ଅନେକ ପ୍ରୋଜେକ୍ଟ ମଧ୍ୟ ଅଛି । ତେବେ ପୂର୍ବରୁ ନର୍ଗିସଙ୍କ ସହ ଆଦିତ୍ୟ ଚୋପଡାଙ୍କ ସର୍ମ୍ପକ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉକ୍ତ ଭିଡିଓରେ ସେ ବକ୍ସିଂ ପ୍ରାକ୍ଟିସ କରୁଥିବାର ଦେଖିବାକୁ ମିଳୁଛନ୍ତି ! ହେଲେ ଉକ୍ତ ଭିଡିଓରେ ତାଙ୍କୁ ଜଣେ ବକ୍ସିଂ ପଞ୍ଚ୍ ମାରିମାରି ତାଙ୍କ ଅବସ୍ଥା ଖରାପ କରିଦେଉଥିବାର ଦେଖିବାକୁ ମିଳୁଛି ! ଯାହାକି ଏହି ଭିଡିଓଟି ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ବକ୍ସିଂ ମାରୁଥିବା ବ୍ୟକ୍ତି ହେଉଛନ୍ତି ତାଙ୍କ ବଯଫ୍ରେଣ୍ଡ ମୈଟ ଅଲୋଂଜୋ । ମୈଟ ଅଲୋଂଜୋ ହେଉଛନ୍ତି ଜଣେ ଚଳଚ୍ଚିତ୍ର ନିର୍ମାତା । ତାଙ୍କର ଓ ନର୍ଗିସଙ୍କ ବନ୍ଧୁତ୍ୱ ଖୁବ୍ ଜୋରରେ ଚାଲିଥିବା ଦେଖିବାକୁ ମିଳୁଛି । ଆଗକୁ ନର୍ଗିସ ବଲିଉଡ କଳାକାର ସଞ୍ଜୟ ଦତ୍ତଙ୍କ ସହ “ଟୋରବାଜ” ଏବଂ ଟିସିରିଜର “ଅମାବାସ” ଓ “5 ୱୋଡିଙ୍ଗସ”ରେ ନଜର ଆସିବେ ।

ONA

Leave a Reply

Top