You are here
Home > ଲାଟେଷ୍ଟ > ବଢ଼ିଲା ସ୍ୱାଧିନତା ସଂଗ୍ରାମୀଙ୍କ ପେନସନ୍

ବଢ଼ିଲା ସ୍ୱାଧିନତା ସଂଗ୍ରାମୀଙ୍କ ପେନସନ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀଙ୍କ ପେନସନ୍ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଜେଲ ଯାଇଥିବା ସଂଗ୍ରାମୀମାନଙ୍କ ମାସିକ ପେନସନ୍ ପରିମାଣ ୬ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଣବନ୍ଦୀ ସ୍ୱାଧିନତା ସଂଗ୍ରାମୀ ଏବଂ ଗୋଆ ମୁକ୍ତି ଆନେ୍ଦାଳନରେ ଯୋଗ ଦେଇଥିବା ସଂଗ୍ରାମୀମାନଙ୍କ ପେନସନକୁ ୫୦୦୦ରୁ ୯ ହଜାର ଟଙ୍କା ଏବଂ ରାଜ୍ୟ ଟୋକନ୍ ପେନସନ୍ ପରିମାଣ ମାସିକ ୪୦୦୦ ଟଙ୍କା ୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପିଛିଲା ଭାବେ ଏପି୍ରଲ ପହିଲା ଠାରୁ ଲାଗୁ ହେବ  । ପୂର୍ବରୁ ୨୦୧୩ ଅକ୍ଟୋବର ପହିଲାରୁ ସଂଗ୍ରାମୀମାନଙ୍କ  ପେନସନ୍ ବୃଦ୍ଧି କରାଯାଇଥିଲା । ଏହି ପେନସନ୍ ବୃଦ୍ଧି ଯୋଗୁ  ରାଜ୍ୟର  ସ୍ୱାଧିନତା ସଂଗ୍ରାମୀମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି  ।

ONA

Leave a Reply

Top