You are here
Home > ଲାଟେଷ୍ଟ > ବଢ଼ିଲା ଅଡୁଆ: ଜେଲରୁ ମୁକୁଳି ବେନି ବିତ୍ତିହୋତ୍ର

ବଢ଼ିଲା ଅଡୁଆ: ଜେଲରୁ ମୁକୁଳି ବେନି ବିତ୍ତିହୋତ୍ର

ଭୁବନେଶ୍ୱର: ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଜେଲରେ ଥିବା  ପୂର୍ବତନ ହୋମଗାର୍ଡ ଓ ଅଗ୍ନିଶମ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କ ପାଇଁ ସମସ୍ୟା ବଢ଼ିଛି । ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ସତ୍ତ୍ୱେ ସେ ଜେଲରୁ ମୁକୁଳି ପାରିନେବି । ପାରୋଲ ଉଲ୍ଲଙ୍ଘନ ମାମଲା ଯୋଗୁଁ ତାଙ୍କୁ ଆଉ ଅଧିକ ୩ ମାସ ସଜା ଭୋଗିବାକୁ ପଡିବ  । ତେଣୁ  ତାଙ୍କୁ ଛାଡିବାକୁ ମନା କରିଛନ୍ତି ଜୟପୁର ସେଣ୍ଟ୍ରାଲ ଜେଲ ସୁପରିଟେଣ୍ଡେଣ୍ଟ୍  । ଅନ୍ୟ ପକ୍ଷରେ ବିତ୍ତିହୋତ୍ରଙ୍କ ଓକିଲ କହିଛନ୍ତି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ । ଗତ ମାର୍ଚ୍ଚ ୩୧ ତାରିଖରେ ବିତ୍ତିଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । ଅଢ଼େଇ ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଏହି ଜାମିନ ମିଳିଥିଲା । ଏହାସହ ପ୍ରତିମାସ କଟକର କ୍ୟାଣ୍ଟନମେଣ୍ଟ ଥାନାରେ ହାଜିରା ଦେବା ଓ ନିଜ ପାସପୋର୍ଟ ଜମା କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ଏହି ମାମଲାରେ ବିତ୍ତିହୋତ୍ରଙ୍କୁ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଥିଲା  । ପାରୋଲରେ ଆସି ସେ ଜେଲକୁ  ଫେରି ନଥିଲେ । ତାଙ୍କୁ କେରଳରୁ ଗିରଫ କରାଯାଇଥିଲା  ।
    ୨୧ ମାର୍ଚ୍ଚ ୨୦୦୬ରେ ବିତ୍ତି ରାଜସ୍ଥାନର ଆଲୱରରେ ଜଣେ ଜର୍ମାନୀ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ୧୨ ଏପ୍ରିଲ ୨୦୦୬ରେ ତାଙ୍କୁ ରାଜସ୍ଥାନର ଏକ ଫାଷ୍ଟ୍ ଟ୍ରାକ୍ କୋର୍ଟରେ ହାଜର କରାଯାଇଥିଲା । ଅଭିଯୋଗର ମାତ୍ର ୧୫ ଦିନ ମଧ୍ୟରେ କୋର୍ଟ ତାଙ୍କୁ ୭ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ୨୦ ନଭେମ୍ବର ୨୦୦୬ରେ ଅସୁସ୍ଥ ମାଆଙ୍କୁ ଦେଖା କରିବା ପାଇଁ ବିତ୍ତି କଟକ ଆସିଥିଲେ । କିନ୍ତୁ ପାରୋଲ ଶେଷ ହେବା ପରେ ସେ ଆଉ ଜେଲକୁ ଫେରି ନଥିଲେ । ପୁନଶ୍ଚ ତାଙ୍କୁ ୯ ମାର୍ଚ୍ଚ ୨୦୧୩ରେ କେରଳର କନୁର୍ରୁ ଗିରଫ କରାଯାଇଥିଲା । ଫେରାର ହେବା ପରେ ସେ ରାଘବ ରାଜନ ନାମରେ ଏକ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ ।

ONA

Leave a Reply

Top