You are here
Home > ଲାଟେଷ୍ଟ > ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କ ଦରମା ପ୍ରସଙ୍ଗ: ଜବାବ ମାଗିଲେ ସୁପ୍ରିମକୋର୍ଟ

ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କ ଦରମା ପ୍ରସଙ୍ଗ: ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ  ଆଜି ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ବର୍ଦ୍ଧିତ ଦରମା ମାମଲାରେ କିଛି ପ୍ରଶ୍ନର ଉତ୍ତର ମାଗିଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା  ୨୭ ତାରିଖରେ ହେବ । ଆସନ୍ତା ବର୍ଷ ପହିଲା ସୁଦ୍ଧା ରାଜ୍ୟ ସରକାର ସମସ୍ତ ଅଧ୍ୟାପକଙ୍କୁ ବର୍ଦ୍ଧିତ ଦରମା ଦେବେ  । ତେବେ ଏହି ଦରମା ସରକାରୀ ଅଧ୍ୟାପକଙ୍କ ଦରମା ସହ ସମାନ କି ? ଯଦି ସମାନ ନୁହେଁ, ତେବେ କାହିଁକି ନାହିଁ ତାର ଉତ୍ତର  ଦେବାକୁ କୋର୍ଟ କହିଛନ୍ତି । ଏହାସହ ବର୍ଦ୍ଧିତ ଦରମାରେ ସମସ୍ତ ସରକାରୀ ସୁବିଧା   ଦିଆଯିବକି ? ଯଦି ନାହିଁ, ତେବେ କାହିଁକି ଦେବେ ନାହିଁ ତାର ଉତ୍ତର ଦେବାକୁ  ରାଜ୍ୟ ସରକାରଙ୍କୁ କୋର୍ଟ ଉତ୍ତର ମାଗିଛନ୍ତି  । ଏହି ମାମଲାର ପରବର୍ତ୍ତୀ ଶୁଣାଣି  ଚଳିତ ମାସ ୨୭ରେ ହେବ  ।
  ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦେଶ ଅନୁସାରେ କୋର୍ଟ ଫୁଲ ପେ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ରାଜ୍ୟର ୧୩୦୦ କଲେଜର ପାଖାପାଖି  ୫୦୦୦ ହଜାରରୁ ଅଧିକ ଅଧ୍ୟାପକ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ  ।

ONA

Leave a Reply

Top