You are here
Home > ଲାଟେଷ୍ଟ > ବ୍ରିଜ୍ ଭୁଷୁଡିବା, ଖଟିଆରେ ପ୍ରସବ କରିବା କଣ ଅପପ୍ରଚାର?

ବ୍ରିଜ୍ ଭୁଷୁଡିବା, ଖଟିଆରେ ପ୍ରସବ କରିବା କଣ ଅପପ୍ରଚାର?

ଭୁବନେଶ୍ୱର: ଦିନକ ଆଗରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଅପପ୍ରଚାର କରୁଥିବା କହିଥିଲେ । ମଙ୍ଗଳବାର ଏହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପାଲଟା ଆକ୍ରମଣ କରି ପ୍ରଶ୍ନ କରିଛନ୍ତି, ଗୁରୁପ୍ରିୟା ସେତୁ, ବରଗଡ ବିଜୁ ସେତୁ ଓ ରାଜଧାନୀର ବମିଖାଲରେ ବ୍ରିଜ୍ ଭୁଷୁଡିବା କଣ ଅପପ୍ରଚାର ଥିଲା ? ରାଜ୍ୟ ସରକାରଙ୍କୁ ସିଏଜିଙ୍କ କଟୁ ମନ୍ତବ୍ୟ କଣ ଅପପ୍ରଚାର । ଖଟିଆରେ ପ୍ରସବ, ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଅଧିକ ପିସି କାରବାର କଣ ଅପପ୍ରଚାର  । ସେହିଭଳି ଅଙ୍ଗନୱାଡି , ବିଏମସି, ଆର୍ଥିକ ଦୁର୍ନୀତି, ପିଡବ୍ଲୁ୍ୟଡିରେ ଅନିୟମିତତା କଣ ଅପପ୍ରଚାର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ବିଜେଡିକୁ  ଅହଙ୍କାରୀ ବୋଲି କହିବା ସହ ଦଳ ଲମ୍ବା ସମୟ କ୍ଷମତାରେ ରହିଥିବାରୁ ଏପରି ଆଚରଣ କରୁଛି । ପ୍ରଜାତନ୍ତ୍ର ଜନମତର ଶାସନ  । ଏହା କାହାର ଜାଗିର ନୁହେଁ । ଜାଗିରଦାରକୁ ଠିକଣାକୁ ଆଣିବା ବିରୋଧୀଙ୍କ କାର୍ଯ୍ୟ । ରାଜ୍ୟ ସରକାର ମିଛ ତଥ୍ୟର  ସୌଦାଗର ସାଜିଛନ୍ତି । ମିଛ ବାହାନାର ଆଶ୍ରୟ ନେଉଛନ୍ତି ।
  ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ ଜବାବ ରଖିଛି ବିଜେଡି  । ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି, ମୁଖ୍ୟମନ୍ତ୍ରୀ ଲୋକଙ୍କ ସାଙ୍ଗରେ ଅଛନ୍ତି । ଲୋକଙ୍କ ପାଖକୁ ଯିବୁ ଓ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବୁ । କାମ କରିଛୁ, ସାହାସ ଅଛି ବୋଲି ଲୋକଙ୍କ ପାଖକୁ ଯାଉଛୁ  । ମୁଖ୍ୟମନ୍ତ୍ରୀ କଣ ଓଡ଼ିଶାବାସୀ ଭଲ ଭାବେ ଜାଣନ୍ତି । ଏଥିପାଇଁ କାହାର ସାର୍ଟିଫିକେଟ୍ ଦରକାର ନାହିଁ । ବିଜେଡିର ପଦ ଯାତ୍ରା ଦେଖି ବିଜେପି ବିଚଳିତ ହୋଇପଡିଛି ।

ONA

Leave a Reply

Top