You are here
Home > ଅଧିକ ଖବର > ବ୍ରହ୍ମାସ୍୍ରେ ଆଲିଆ

ବ୍ରହ୍ମାସ୍୍ରେ ଆଲିଆ

ରଣବୀର କପୁର-ଆଲିଆ ଭଟ୍ଟ ଷ୍ଟାରର୍ ଫିଲ୍ମ ବ୍ରହ୍ମାସକୁ ନେଇ କାଫି ଚର୍ଚ୍ଚା । ବର୍ତ୍ତମାନ ଫିଲ୍ମର ବଜେଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ବଜେଟ୍୍ ୧୫୦ କୋଟି ବୋଲି ଖୋଦ୍୍ ଫିଲ୍ମର ସହ ପ୍ରଯୋଜକ ନମିତ ମାଲହୋତ୍ରା ସ୍ୱୀକାର କରିଛନ୍ତି । ଫିଲ୍ମକୁ ପୁରା ହଲିଉଡ ଷ୍ଟାଣ୍ଡର୍ଡ ଭଳି କରିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି । ଫିଲ୍ମରେ ରଣବୀର ଜଣେ ସୁପରହିରୋ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ବିଗ୍୍ ବି ଅମିତଭ ବଚ୍ଚନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅୟା୍୍ ମୁଖାର୍ଜୀ । ପ୍ରଯୋଜନାରେ ଅଛନ୍ତି ପ୍ରଖ୍ୟାତ ନିର୍ମାତା ନିର୍ଦ୍ଦେଶକ କରନ୍୍ ଜୋହର । ଫିଲ୍ମଟି ୨୦୧୯ ଅଗଷ୍ଟ ୧୫ରେ ରିଲିଜ୍୍ ହେବ ବୋଲି କରନ ଟ୍ୱିଟ୍୍ କରି ଜଣାଇଛନ୍ତି । ପୂର୍ବରୁ ଅୟାନ ରଣବୀରଙ୍କ ସହ ୟେ ଜବାନି ହେ ଦିନାନି ଓ ବେକ୍୍ ଅପ୍୍ ସିଡ ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି । ବଲିଉଡରେ ସୁପରହିରୋଙ୍କୁ ନେଇ ଆଗରୁ ମଧ୍ୟ ଫିଲ୍ମ ତିଆରି ହୋଇଛି । କ୍ରିସରେ ହ୍ରିତିକ୍୍ ରୋଶନ ଏବଂ ଫ୍ଲାଇଙ୍ଗ ଜଟ୍ରେ ଟାଇଗର ଶ୍ରଫ୍୍ ସୁପରହିରୋ ଭୂମିକା ନିଭାଇଛନ୍ତି ।

ONA

Leave a Reply

Top