You are here
Home > ଲାଟେଷ୍ଟ > ବୌଦ୍ଧରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ବଳାତ୍କାର

ବୌଦ୍ଧରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ବଳାତ୍କାର

ବୌଦ୍ଧ: କୁନ୍ଦୁଲି ଗଣ ବଳାତ୍କାର ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ଘଟଣା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ଏହି ସମ୍ବେଦନଶୀଳ ମାମଲାର ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ। କିନ୍ତୁ ଏହା ମଧ୍ୟରେ ରାଜ୍ୟର ବିଭିନ୍ନ କୋଣରୁ ବଳାତ୍କାର ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ଆଜି ଆଉ ଏକ ବଳାତ୍କାର ମାମଲା ବୌଦ୍ଧ ଜିଲ୍ଲାରୁ ଆସିଛି। ଏଠି ବଳାତ୍କାର ଶୀକାର ହୋଇଛନ୍ତି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ଛାତ୍ରୀ। ଅଭିଯୋଗ ପାଇ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।  ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର କଣ୍ଟାପାଳ ଥାନା ଇଲାକାରେ ଏହି ଘଟଣା ଘଟିଛି। ଜଙ୍ଗଲକୁ ଟେକି ନେଇ ୨ ଯୁବକ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କଣ୍ଟାମାଳ ଥାନାରେ ଏନେଇ ଅଭିଯୋଗ ହୋଇଛି। ପୋଲିସ  ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ପୀଡ଼ିତା ସଂପର୍କୀୟଙ୍କ ବାହାଘର ଉତ୍ସବକୁ ଆସିଥିଲେ। ସଂପର୍କୀୟ ପୀଉସୀଙ୍କ ସହ ସଂଧ୍ୟାରେ ପାଣି ପାଇ ଯାଉଥିଲେ। ଏହି ସମୟରେ ପୀଉସୀଙ୍କ ସାମ୍ନାରେ ଦୁଇ ଯୁବକ ଛାତ୍ରୀଙ୍କୁ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇ ଗଣ ବଳାତ୍କାର କରିଥିଲେ। ବଳାତ୍କାର ପରେ ରାତି ୧୦ଟାରେ ଛାତ୍ରୀ ଛାଡି ଉଭୟ ଯୁବକ ଫେରାର ହୋଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି। 

ONA

Leave a Reply

Top