You are here
Home > ଗସିପ ଖବର > ବୈଜୟନ୍ତ ପଦ ଛାଡ଼ : ବିଜେଡ଼ି

ବୈଜୟନ୍ତ ପଦ ଛାଡ଼ : ବିଜେଡ଼ି

ଭୁବନେଶ୍ୱର : ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କୁ ଦଳରୁ ନିଲମ୍ବିତ କରିଥିବା ବିଜେଡି ଆଜି ଏମିତି ଦାବି କରିଛି । ବୈଜୟନ୍ତ ପଦ ଛାଡ଼ନ୍ତୁ । ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ପଦରୁ ଓହରି ଯାଆନ୍ତୁ । ଲାଭଜନକ ପଦରେ ଥାଇ ଭୋଟରକୁ ଲୁଚାଇଛନ୍ତି । ତେଣୁ ତାଙ୍କର ସାଂସଦ ଭାବରେ ରହିବାର ଆଉ କୌଣସି ନୈତିକତା ନାହିଁ ବୋଲି  ପ୍ରେସମିଟରେ କହିଛି ବିଜେଡ଼ି  । ଗତ ବୁଧବାର ଦିନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର  ବୈଜୟନ୍ତଙ୍କୁ ବିଜେଡ଼ିରୁ ନିଲମ୍ବିତ ନିଷ୍ପତ୍ତି ଶୁଣାଇଥିଲେ । ଆଜି ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲ  ବୈଜୟନ୍ତ ସାଂସଦ ପଦରୁ ଓହରି ଯାଆନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜିତ ପ୍ରେସମିଟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବେଦପ୍ରକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସାଂସଦ ପଣ୍ଡାଙ୍କୁ ପଦ ଛାଡ଼ିବା କହିଛନ୍ତି । ସେପଟେ ନିଲମ୍ବିତ ସାଂସଦ ବୈଜୟନ୍ତ ତଥ୍ୟ ଲୁଚାଇବାକୁ କଣ୍ଡନ  କରିଛନ୍ତି ।

ONA

Leave a Reply

Top