You are here
Home > ପଲିଟିକ୍ସ > ବୈଜୟନ୍ତଙ୍କ ପୁଣି ପାୱାର କଟ

ବୈଜୟନ୍ତଙ୍କ ପୁଣି ପାୱାର କଟ

ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଏକ ଝଟକା ଲାଗିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଥିଲେ ବୈଜୟନ୍ତ । ଏହି କମିଟିରେ ସଦସ୍ୟ ଥିବାରୁ କେନ୍ଦ୍ର ସରକାରଙ୍କ କମିଟିରେ ଦେଶ ବିଦେଶ ବୁଲୁଥିଲେ । ଜାତୀୟ ରାଜନୀତିରେ ତାଙ୍କର ଗୁରୁତ୍ୱ ମଧ୍ୟ ବଢୁଥିଲା । ହେଲେ ଏହା ଉପରେ ଏବେ ବ୍ରେକ ଲାଗିଛି । ବୈଜୟନ୍ତଙ୍କ ପାୱାର କଟ ହୋଇଛି । ତାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରେ ସଦସ୍ୟରୁ କାଢି ନିଆଯାଇଛି । ତାଙ୍କ ଜାଗାରେ ସାଂସଦ ପ୍ରସନ୍ନ ପାଟ୍ଟସାହାଣିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଭାବେ ନିଆଯାଇଛି । ଏଥି ସହିତ କମ ଗୁରୁତ୍ୱ ଥିବା ଶିଳ୍ପ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଭାବେ ବୈଜୟନ୍ତଙ୍କୁ ନିଆଯାଇଛି । ବୈଜୟନ୍ତଙ୍କୁ ପାୱାର ଲେସ କରିବା ଲାଗି ବିଜେଡି ଏପରି ପଦକ୍ଷେପ ନେଇଥିବା କୁହାଯାୁଛି । ବୈଜୟନ୍ତଙ୍କୁ କୈଣସି ଏକ କମିଟିରେ ନରଖିଲେ କାଳେ ବିଜେଡି ବିରୋଧରେ ଏକ ଖରାପ ବାର୍ତା ଯିବ ସେଥିଲାଗି ଦଳ ଏପରି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି ।

ONA

Leave a Reply

Top