You are here
Home > ଲାଟେଷ୍ଟ > ବୈଜୟନ୍ତଙ୍କୁ ଅଣ୍ଡା ମାଡ

ବୈଜୟନ୍ତଙ୍କୁ ଅଣ୍ଡା ମାଡ

-ପଦାରେ ପଡିଲା ଗୋଷ୍ଠୀ କନ୍ଦଳ
ମାହାଙ୍ଗା: ଦୀର୍ଘ ଦିନ ଧରି ବିଜେଡିରେ ଚାଲୁଥିବା ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡିଛି । ପାଣି ଟାଙ୍କି ଉଦଘାଟନ କରି ଫେରୁଥିବା ବେଳେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ପକ୍ଷରୁ ଅଣ୍ଡା ଓ ଚପଲ ମାଡ କରାଯିବା ଘଟଣା ଦଳର ଅର୍ନ୍ତଦ୍ୱନ୍ଦ୍ୱକୁ ପଦାରେ ପକାଇଛି । ମିଳିଥିବା ସୂଚନା ଅନୁଯାୟୀ ମାହାଙ୍ଗା ନିର୍ବାଚନୀ ମଣ୍ଡଳୀର ରାହାଣିଆ  ପଞ୍ଚାୟତରେ ଜାତିପାରିଲେ ଗ୍ରାମର ଏକ ପାଣି ଟାଙ୍କି ଉଦଘାଟନ କରିବାକୁ ସାଂସଦ ବୈଜୟନ୍ତ ପଣ୍ଡା ଯାଇଥିଲେ  । ତେବେ ପ୍ରକଳ୍ପକୁ  ଉଦଘାଟନ କରି ଫେରିବା ସମୟରେ ସାଂସଦ ବୈଜୟନ୍ତଙ୍କ ଉପରକୁ  ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକ ହଟାତ୍ ଅଣ୍ଡା, ଚପଲ ମାଡ କରିବା ସହ ଢ଼େଲା ପଥର ପକାଇଥିଲେ । ଫଳରେ ବିଜେଡିର ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା  । ଅଣ୍ଡାମାଡ ଯୋଗୁଁ ବୈଜୟନ୍ତ ତଳେ ପଡିଯାଇଥିଲେ  । ସୂଚନାଯୋଗ୍ୟ ଯେ ୨୩ ଲକ୍ଷ ବ୍ୟୟ ଅଟକଳରେ ସାଂସଦ ପାଣ୍ଠିରେ ନିର୍ମିତ ଏହି ପାନୀୟ ଜଳ ପ୍ରକଳ୍ପର ଫଳକ ସ୍ଥାପନ ପାଇଁ ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲେ ମଧ୍ୟ କେହି ଜଣେ ଏହାକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ ବୈଜୟନ୍ତ ନିଜର ଟୁଇଟ ମାଧ୍ୟମରେ  ଗୁଣ୍ଡାରାଜ ବୋଲି ବର୍ଣ୍ଣନା କରିବା ସହ ଆଜି ପାନୀୟ ଜଳ ପ୍ରକଳ୍ପକୁ ନିଶ୍ଚୟ ଉଦଘାଟନ କରିବେ ବୋଲି ପ୍ରକାଶ କରିଥିଲେ ।
ତେବେ ଆଜିର ଏହି ଅଣ୍ଡା ମାଡକୁ ସ୍ଥାନୀୟ ଗ୍ରାମବାସୀମାନେ ନିନ୍ଦା କରିଥିବା ବେଳେ ଟେକା ଛାଡନ୍ତୁ , ଗୁଳି ମାରିଲେ ବି ମତେ ଡରାଇପାରିବ ନାହିଁ ବୋଲି ସାଂସଦ ବୈଜୟନ୍ତ ଟୁଇଟ ମାଧ୍ୟମରେ  ପ୍ରକାଶ କରିଛନ୍ତି  ।

ONA

Leave a Reply

Top