You are here
Home > ଏଣ୍ଟରଟେନମେଣ୍ଟ > ବୃଦ୍ଧା ଭୂମିକାରେ କଙ୍ଗନା

ବୃଦ୍ଧା ଭୂମିକାରେ କଙ୍ଗନା

ବଲିଉଡର କ୍ୱିନ  କଙ୍ଗନା ରଣାବତ । ରୋମାଣ୍ଟିକ୍, ସିରିୟସ, କମେଡି ସବୁ ରୋଲରେ ନିଜକୁ ଫିଟ କରି ଦିଅନ୍ତି । ଫିଲ୍ମ କ୍ୱିନରେ ତାଙ୍କର ଦମଦାର ଆକ୍ଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ତେବେ କଙ୍ଗନା ଏବେ ଆଉ ଏକ ଅବତାରରେ ନଜର ଆସିବେ । ହଁ ଆଗାମୀ ଫିଲ୍ମରେ ସେ ଜଣେ ୮୦ ବର୍ଷୀୟା ବୃଦ୍ଧା ଭୂମିକାରେ ନଜର ଆସିବେ । ଆଉ ଏହି ଫିଲ୍ମରୁ ହିଁ କଙ୍ଗନା ନିଦେ୍ର୍ଦଶକ ଭାବେ ନୂଆ ଇନିଂସ ଆରମ୍ଭ କରିବେ । କାରଣ ଏହି ଫିଲ୍ମଟି ତାଙ୍କ ନିଜ ବ୍ୟାନରରେ ନିର୍ମିତ ହେଉଛି । ଫିଲ୍ମର ନାଁ  ହେଉଛି ତେଜୁ । ଫିଲ୍ମରେ ଜଣେ ବୃଦ୍ଧା ଭୂମିକାରେ ଅଭିନୟ କରିବେ ଯିଏକି ନିଜକୁ କେବେ ବୁଢୀ ବୋଲି ଭାବନ୍ତି ନାହିଁ । ଫିଲ୍ମକୁ ନେଇ କଙ୍ଗନା ବେଶ ଉତ୍ସାହିତ । ସେ କହିଛନ୍ତି ଯେ, ଫିଲ୍ମଟି ଯେଉଁ ବୃଦ୍ଧା ମହିଳାଙ୍କ ଉପରେ ଆଧାରିତ ତାଙ୍କୁ ସେ ଭଲରେ ଜାଣିଛନ୍ତି । ଏହା ମୋ ବିଷୟରେ ବୋଲି ମଧ୍ୟ ସେ କହିଛନ୍ତି । ତେବେ ବୃଦ୍ଧା ରୂପରେ ଦର୍ଶକ କଙ୍ଗନାଙ୍କୁ କେତେ ଆପଣାଉଛନ୍ତି ତାହା ଦେଖିବା କଥା ।

ONA

Leave a Reply

Top