You are here
Home > ଲାଟେଷ୍ଟ > ବୁଲେଟ୍ ଟ୍ରେନର ଶିଳାନ୍ୟାସ

ବୁଲେଟ୍ ଟ୍ରେନର ଶିଳାନ୍ୟାସ

-ମୋଦି, ସିଂଜୋଙ୍କ ଭିତ୍ତିଭୁମି ସ୍ଥାପନ
-ଖର୍ଚ୍ଚ ହେବ ୧ଲକ୍ଷ ୧୦ ହଜାର କୋଟି
-୨୦୨୩ରେ ଶେଷ ହେବ କାମ
-ମୁମ୍ବାଇରୁ ଅହମ୍ମଦାବାଦକୁ ଗଡିବ ବୁଲେଟ୍ ଟ୍ରେନ୍
-ଜାପାନ ଦେବ ୮୮,୦୦୦ କୋଟି
-୫୦ ବର୍ଷରେ ଋଷ ସୁଝିବ ଭାରତ
-୩୨୦ କିମି ବେଗରେ ଧାଇଁବ ଟ୍ରେନ୍
-୩ ଘଣ୍ଟାରେ ମୁମ୍ବାରେ ଅହମ୍ମଦାବାଦ
ଅହମ୍ମଦାବାଦ: ବହୁପ୍ରତିକ୍ଷିତ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି ।  ଅହମ୍ମଦାବାଦର ସାବରମତୀ ଷ୍ଟେସନରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ  ଭାରତ ଓ ଜାପାନ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି  । ଏହି ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ସରକାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ  ଦେବା ସହ ଜାପାନ ଓ ସିଂଜୋଙ୍କ ଭଳି ବନ୍ଧୁ ପାଇ ଭାରତ ଗର୍ବିତ ବୋଲି କହିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ଦେଶର ବିକାଶ ପରିବହନ ଗତି ଉପରେ ନିର୍ଭର କଲେ  ।ଏହି ବୁଲେଟ୍ ଟ୍ରେନ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ । କୌଣସି ଦ୍ରବ୍ୟ କିଣିବାକୁ ଋଣ କଲେ ଆମେ ପାଇ ପାଇର ହିସାବ କରିଛନ୍ତି । ଯଦି ଅଧା ପ୍ରତିଶ୍ରୁତି ସୁଧ ବି କିଏ କମାଇ ଦିଏ ଆମେ ଖୁସି ହୋଇଯାଇଥାନ୍ତି । ଏଠାରେ ତ ଜାପାନ ସରକାର ୮୮,୦୦୦ କୋଟି ଟଙ୍କା ମାତ୍ର ୦.୧ ପ୍ରତିଶତ ସୁଧରେ ଦେଇଛନ୍ତି ।
  ଏହି ଅବସରରେ ମୋଦି ବିରୋଧୀଙ୍କ ଟାର୍ଗେଟ୍  କରିବାକୁ ଭୁଲି ନାହାନ୍ତି । ସେ କହିଛନ୍ତି, ପ୍ରଥମେ କହୁଥିଲେ ମୋଦି ପ୍ରତିଶ୍ରୁତ ଦେଉଥିଲେ, ବୁଲେଟ୍ ଟ୍ରେନ୍ କେବେ ଆସିବ । ମୁଁ ବୁଲେଟ୍ ଟ୍ରେନ୍ ନେଇ ଆସିଲି । ଏବେ କହୁଛନ୍ତି କାହିଁକି ଆଣିଲ । ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦରୁ ମୁମ୍ବାଇ ୫୦୮ କିମି ରେଳ ପଥ ନିର୍ମାଣ ହେବ । ଏଥିନିମନ୍ତେ ୧ ଲକ୍ଷ ୧୦ ହଜର କୋଟି ଟଙ୍କା ବ୍ୟୟ ହେବ ।  ଜାପାନ ଦେଇଥିବା ଋଣକୁ ଭାରତ ୫୦ ବର୍ଷରେ ସୁଝିବା ପାଇଁ ଚୁକ୍ତି ହୋଇଛି ।  ଏହି ପ୍ରକଳ୍ପ ମଧ୍ୟରେ ୭ କିମି ସମୁଦ୍ର ପଥ ନିର୍ମାଣ ହେବ  । ୫୦୮ କିମି ମଧ୍ୟରେ ୧୨ଟି ଷ୍ଟେସନ୍ ରହିବ । ଟ୍ରେନର ସର୍ବାଧିକ ଡିଜାଇନ୍ ସ୍ପିଡ୍ ୩୫୦ କିଲୋମିଟର ଥିବାବେଳେ ଅପରେଟିଂ ସ୍ପିଡ୍ ପ୍ରତିଘଣ୍ଟା ୩୨୦ କିଲୋମିଟର  ରହିବ । ଯଦି ମାତ୍ର ୪ଟି ଷ୍ଟେସନରେ ଏହି ଟ୍ରେନ ରହେ, ତାହେଲେ ଅହମ୍ମଦାବାଦରୁ ମୁମ୍ବାଇ ପହଞ୍ଚିବାକୁ ୨ ଘଣ୍ଟା ୭ ମିନିଟ୍ ଲାଗିବ  ।
ସାବରମତୀ, ଅହମମ୍ମଦାବାଦ, ବଦୋଦରା, ଭରୁଚ, ସୁରତ, ବିଲିମୋରା, ବାପୀ, ବିଚାର, ଥାନେ ଓ ବାନ୍ଦ୍ରା ଆନି ଷ୍ଟେସନ ଦେଇ ବୁଲେଟ ଟ୍ରେନ୍ ଗସ୍ତ କରିବ  ।

ONA

Leave a Reply

Top