You are here
Home > ଲାଟେଷ୍ଟ > ବିନ୍ଦୁସାଗରରେ ବିଜେପିର ଜଳ ସତ୍ୟାଗ୍ରହ

ବିନ୍ଦୁସାଗରରେ ବିଜେପିର ଜଳ ସତ୍ୟାଗ୍ରହ

ଭୁବନେଶ୍ୱର: ଭୁବନେଶ୍ୱର ବିନ୍ଦୁସାଗର ପୋଖରୀର ପୁନଃଉଦ୍ଧାର ପାଇଁ ବିଜେପି ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଛି । ଏଥିରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ । ବିଜେପି ନେତା ଓ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଦୀର୍ଘ ଏକ ଘଣ୍ଟା ପାଣି ଭିତରେ ଠିଆ ହୋଇ ସ୍ଲୋଗାନ ଦେଇଥିଲେ । ବିନ୍ଦୁସାଗରକୁ ପ୍ରଦୂଷଣ ମୁକ୍ତ କରି ଏହାର ତୁରନ୍ତ ପୁନଃଉଦ୍ଧାର କରିବା ପାଇଁ ବିଜେପି ନେତାମାନେ ଦାବି କରିଥିଲେ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଆସିବା ପୂର୍ବରୁ ଏହାକୁ କେବଳ ସଫେଇ କରି ନିଜ କାମ ସାରି ଦେଉଛି। ନୂଆ ଯୋଜନା ମାଧ୍ୟମରେ ଏହାର ରୂପରେଖ ପରିବର୍ତ୍ତନ କରାଯିବା ନେଇ ମେୟର ସବୁ ସମୟରେ କହିଆସୁଥିବା ବେଳେ କେବେ ଏହାର ସଫଳ ରୂପାୟନ କରାଯିବ ତାହା ଉପରେ ରହିଛି ନଜର ।
ONA

Leave a Reply

Top