You are here
Home > ପଲିଟିକ୍ସ > ବିଧାନସଭା ବାହାନା : କଂଗ୍ରେସ ବିଧାୟକ ପୁଣି ଆରମ୍ଭ କଲେ ପ୍ରସାଦ ହଟାଅ ଅଭିଯାନ

ବିଧାନସଭା ବାହାନା : କଂଗ୍ରେସ ବିଧାୟକ ପୁଣି ଆରମ୍ଭ କଲେ ପ୍ରସାଦ ହଟାଅ ଅଭିଯାନ

ଭୁବନେଶ୍ବର : ବିଧାନସଭା ରଣନୀତି ନୁହେଁ ସଭାପତି ପଦରୁ ପ୍ରସାଦଙ୍କୁ ତଡିବା ପାଇଁ ବସିଥିଲା ବିଧାୟକ ଦଳ ବୈଠକ। ପିସିସି ସଭାପତି ପ୍ରସାଦଙ୍କୁ ଗାଦଚ୍ୟୁତ କରାଯିବ ଏବଂ ହାଇକମାଣ୍ତ କେମିତି ଦଳର ସ୍ଥିତି ଏବଂ ସଙ୍ଗଠନ ନେଇ ଅବଗତ କରାଯିବ ସେ ନେଇ ବିଧାୟକ ଦଳ ରଣନୀତି ସ୍ଥିର କରିଛି। ଏାହା ସହ ବିଧାନସଭାରେ ଧାନ ଦର ବୃଦ୍ଧି, ଦୁର୍ଷ୍କମ,ପିଇବା ପାଣି ସମସ୍ୟାଏବଂ ବିପର୍ଯ୍ୟସ୍ତ ଅଇନଶୃଙ୍ଖଳା ପରିସ୍ଥିତିକୁ ସରକାର ଘେରିବ ଦଳ।  ଏପଟେ ଯୋଗେଶ ଦଳ ଛାଡିବା ନେଇ ଇସରା ଦେଇଥିବାବେଳେ ତାରା ବାହିନୀପତି ମଧ୍ୟ କହିଛନ୍ତି ପ୍ରସାଦ ନେତୃତ୍ବ ନିର୍ବାଚନ ଲଢ଼ିବେ ନାହିଁ…

ବସିଲା କଂଗ୍ରେସ ବିଧାୟକ ଦଳ ବୈଠକ । ବୈଠକରେ ଯେତିକି ବିଧାନସଭା ରଣନୀତି ନେଇ ଆଲୋଚନା ହୋଇନି ତାଠୁ ଅଧିକ ପ୍ରସାଦଙ୍କୁ ଗାଦିରୁ ତଡିବା ପାଇଁ ଆଲୋଚନା ହୋଇଛି।  ଆସନ୍ତା ୧୬ ତାରିଖ ଠାରୁ ଦିଲ୍ଲୀର ଆରମ୍ଭ ହେବ ଏଆଇସିସି ବୈଠକ । ରାଜ୍ୟର​‌ ଦଳ ସ୍ଥିତି ଏବଂ ସଙ୍ଗଠନ ନେଇ ହାଇକମାଣ୍ତକୁ ଅବଗତ କରାଯିବ। ସେଇ ବିଧାୟକ ମାନେ ରଣନୀତି ପ୍ରସ୍ତୁତ କରିଛିନ୍ତି।  ଏପଟେ ପବ୍ଲିକ ମିଟିଂରେ ନବୀନଙ୍କୁ ପ୍ରଶାଂସା କରିଥିବା ଯୋଗେଶ ସିଂ ଦଳ ଛାଡିବା ନେଇ ଇଙ୍ଗିତ ଦେଇଛନ୍ତି। ପ୍ରସାଦ ଓ ହରି ପ୍ରସାଦଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଯୋଗେଶ ।୨୦୧୯ରେ ଯଦି ପ୍ରସାଦ ପରିବର୍ତ୍ତନ ହୁଅନ୍ତି ତାହେଲେ କଂଗ୍ରେସ ଲଢ଼ିବେ ବୋଲି ଚିନ୍ତା କରିବେ ବୋଲି ଯୋଗଶେ କହିଛନ୍ତି। ଏପଟେ ତାରା ମଧ୍ୟ ପ୍ରସଦା ନେତୃତ୍ୟ ନିର୍ବାଚନ ଲଢ଼ିବେ ନାହିଁ କହିଛନ୍ତି। ସେତେବେଳର ସ୍ଥିତି ଦେଖି ନିଷ୍ପତି ନେବେ ବୋଲି କହିଛନ୍ତି।

ବିଧାନ ସଭାରେ  ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ତାର ରଣନୀତି ସ୍ଥିର କରିଛି।  ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଦୁର୍ଷ୍କମ, ଧାନ ଦର ବୃଦ୍ଧି, ପେନସନ ବୃଦ୍ଧି, ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ରାଜ୍ୟସରକାରଙ୍କ ଉପରକୁ ଆକ୍ରମଣ କରିବାକୁ କଂଗ୍ରେସ ନିଷ୍ପତି ନେଇଛି। କଂଗ୍ରେସ ବିଧାୟକ ଦଳ ବୈଠକରେ  କୃଷ୍ଣ ଚନ୍ଦ୍ର ସଗରିଆ, ନବ ଦାସ, କୈଳାସ କୁଲେସିକା, ଏବଂ କେ ସୁର୍ଯ୍ୟରାଓ ଯୋଗ ଦେଇନଥିଲେ। ନବ ଦାସ ଏବଂ କୃଷ୍ଣ ଚନ୍ଦ୍ର ସଗରିଆ ଅସୁସ୍ଥ ଥିବାରୁ ଯେ ଯୋଗ ଦେଇ ପାରିନାହାନ୍ତି ବୋଲି ବିଧାୟକ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ବିଜେପୁର କଂଗ୍ରେସ ଅମାନତ ହରାଇବା ପରେ ଏବେ କଂଗ୍ରେସ ପୁଣି ପ୍ରସାଦ ହଟାଇବା ଅଭିଯାନ ଯୋର ଧରିଛି।  ଏଆଇସିସି ବୈଠକ ଆରମ୍ଭ ହୋଇଥିବାରୁ  ବିଧାୟକ ଦଳ ଏବେ  ପୁଣି ହାଇକମାଣ୍ତଙ୍କ ପାଖରେ ଦାବି ଜୋର କରିବାକୁ  ରଣନୀତି କରିଛି। ଏପଟେ ଦଳରୁ କିଛି ବିଧାୟକ ଦଳ ପରିତ୍ୟାଗ କରିବାକୁ ଇସାରା ଦଇେଛନ୍ତି ଯାହା ଦଳ ବଡ ଚ୍ୟାଲେଞ୍ଜ ହେବ।

ONA

Leave a Reply

Top