You are here
Home > Breaking News > ବିଧାନସଭାରେ ତେଜିଲା ମହାନଦୀ ତାତି: ବିଧାୟକଙ୍କ ହୋ ହଲ୍ଲା

ବିଧାନସଭାରେ ତେଜିଲା ମହାନଦୀ ତାତି: ବିଧାୟକଙ୍କ ହୋ ହଲ୍ଲା

ଭୁବନେଶ୍ୱର: ଏବେ ବେଶ୍ ଚର୍ଚ୍ଚାରେ ରହିଥିବା ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣା ଓଟରା ଚାଲିଛି । ତେବେ ଆଜି ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧି ନୁହେଁ ବରଂ ଶାସକ ବିଜେଡ଼ି ର ବିଧାୟକମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ବିଜେଡ଼ି ବିଧାୟକମାନେ କେନ୍ଦ୍ର ସରକାରଙ୍କୁ ଦୃଢ ସମାଲୋଚନା କରି ନିଜ ନିଜ ସ୍ଥାନରୁ ବିଧାୟକମାନେ ମହାନଦୀ ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି ।

ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶାକୁ ଅବହେଳା କରାଯାଉଛି ବୋଲି ଅଭିଯୋଗ କରି ବିଜେଡ଼ି ବିଧାୟକମାନେ ବିଧାନସଭା ପ୍ରାଙ୍ଗଣରେ ଥିବା ଗାନ୍ଧୀ ମୂର୍ତ୍ତି ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି । ଆଜି ବଜେଟ ଅଧିବେଶସନର ୨ୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେଉ ହେଉ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋହଲ୍ଲା ହୋଇଥିଲା । ତେଣୁ ବିଧାନସଭା ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ଗୃହକୁ ୩ଟା ଯାଏ ମୁଲତବୀ ରଖିଛନ୍ତି ।

More from my site

ONA

Leave a Reply

Top