You are here
Home > ଅଧିକ ଖବର > ଭୁବନେଶ୍ୱର :ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରିବାର ଆବଶ୍ୟକତା ଉପଲବ୍ଧ ହେଉନାହିଁ

ଭୁବନେଶ୍ୱର :ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରିବାର ଆବଶ୍ୟକତା ଉପଲବ୍ଧ ହେଉନାହିଁ

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରିବାର ଆବଶ୍ୟକତା ଉପଲବ୍ଧ ହେଉନାହିଁ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ସ୍ୟାଟ୍‌ ସଂକ୍ରାନ୍ତରେ ଉତ୍‌ଥାପିତ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବିଚାର ବିଭାଗୀୟ ସଂସ୍ଥାର ଉଚ୍ଛେଦ ଲାଗି ରାଜ୍ୟ ସରକାର ଗତବର୍ଷ ସେପ୍ଟେମ୍ବର ୯ ତାରିଖରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ନ୍ୟାୟାଧିକରଣର ପରିସୀମା ଉଚ୍ଚ ନ୍ୟାୟାଳୟର ସମକକ୍ଷ ଥିଲା । ତେବେ ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟ ଏଲ.ଚନ୍ଦ୍ରକୁମାର (୧୯୯୭) ମାମଲାରେ ସ୍ୟାଟ୍‌ ଆଦେଶ ଦ୍ୱାରା ସନ୍ତୁଷ୍ଟ ହେଉନଥିବା ପକ୍ଷମାନେ ସର୍ବୋଚ୍ଚ ନ୍ୟାୟାଳୟକୁ ଯିବା ସାମ୍ବିଧାନିକ ନୁହେଁ ବୋଲି ଘୋଷଣା କରିଛନ୍ତି । ତେଣୁ ଏହାପରେ ପକ୍ଷମାନେ ସ୍ୟାଟ୍‌ ଆଦେଶ ବିରୁଦ୍ଧରେ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟକୁ ନଯାଇ ପ୍ରଥମେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ । ତେଣୁ ସ୍ୟାଟ୍‌ ସ୍ଥାପନର ମୂଳ ଉଦ୍ଦେଶ୍ୟ ସଫଳ ହେଉନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତରରେ କହିଛନ୍ତି ।

ରାଜ୍ୟ ସରକାର ସ୍ୟାଟ୍‌ ଉଚ୍ଛେଦ ପାଇଁ ନିଷ୍ପତ୍ତି ଗ୍ରହଣକରି ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଏବଂ ଏହା କେନ୍ଦ୍ର ସରକାରଙ୍କ ବିଚାରାଧିନ ରହିଛି । ଯଦି ଏହି ସଂସ୍ଥା ଉଚ୍ଛେଦ ହୁଏ ତେବେ ଏଠାରେ ଥିବା ମାମଲା ଗୁଡିକ ବିଚାର କରାଯିବା ଓ ଏହି ସଂସ୍ଥାରେ କାର୍ୟ୍ୟ କରୁଥିବା କର୍ମଚାରୀ ଓ ବିଚାରପତିମାନଙ୍କୁ ସରକାର କେଉଁଠି ରଖିବେ ସେ ସଂକ୍ରାନ୍ତରେ ମଧ୍ୟ ଉଚ୍ଚ ନ୍ୟାୟାଳୟଙ୍କ ମତାମତ ଲୋଡାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣରେ ଏଯାବତ୍‌ ୩୮,୧୧୦ ଟି ମୂଳ, ୩୮୨ ଟି ସ୍ଥାନାନ୍ତରିତ ଓ ୨୭,୧୩୩ ସଂଖ୍ୟକ ଅନ୍ୟ ବିବିଧ ମାମଲା ବିଚାରାଧିନ ରହିଛି।

ONA

Leave a Reply

Top