You are here
Home > ଲାଟେଷ୍ଟ > ବିଜୟୱାଡାରେ ବସ୍ ଦୁର୍ଘଟଣା: ୧୧ଙ୍କ ଜୀବନ ଗଲା, ୩୦ ଆହତ

ବିଜୟୱାଡାରେ ବସ୍ ଦୁର୍ଘଟଣା: ୧୧ଙ୍କ ଜୀବନ ଗଲା, ୩୦ ଆହତ

ବିଜୟୱାଡା/ଭୁବନେଶ୍ୱର: ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହି ବସ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆନ୍ଧ୍ର ପ୍ରଦେଶର ବିଜୟୱାଡା ନିକଟରେ  କଲଭର୍ଟରେ ପିଟି ହୋଇ ତଳକୁ ଖସିପଡିବାରୁ ୧୧ଜଣ ଯାତ୍ରୀଙ୍କର ମୃତୁ୍ୟ ଘଟିଛି ଓ ୩୦ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି  । ସମସ୍ତ ଆହତ ଯାତ୍ରୀଙ୍କୁ ବିଜୟୱାଡା  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୮ଜଣ ଯାତ୍ରୀଙ୍କର ମୃତୁ୍ୟ ଘଟିଥିଲା । ତେବେ ଆଉ ୩ଜଣ ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । ଆହତମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡ୍ରାଇଭରର ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାଗ୍ରସ୍ତ ବସ୍ଟି ଦିବାକର ଟାଭେଲ୍ସର ବୋଲି ଜଣାପଡିଛି । ବସ୍ର ନମ୍ବର ହେଲା ଏପି୨-ଟିସି-୭୧୪୬ ।  ବସ୍ରେ ବହୁ ଓଡ଼ିଆ ଯାତ୍ରୀ ରହିଛନ୍ତି । ପୋଲିସ ଓ ଏନ୍ଡିଆରଏଫ୍ ଟିମ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଭୁବନେଶ୍ୱରରୁ ବାହାରିଥିବା ଏହି ଯାତ୍ରୀବାହୀ ବସଟି ବିଶାଖାପାଖଟା ଦେଇ ହାଇଦ୍ରାବାଦ ଯାଉଥିଲା । ଆଜି ଭୋର ପ୍ରାୟ ୫ଟାରେ ବସ୍ଟି ବିଜୟୱାଡା ନିକଟ ମୁଲ୍ଲାପାଡୁରେ ଏକ ଦନୀ ଉପରେ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇ ଦୁଇ ପୋଲର ମଝିରେ ତଳକୁ ଖସିପଡିଥିଲା  ।

ONA

Leave a Reply

Top