You are here
Home > ଲାଟେଷ୍ଟ > ବିଜେବି କଲେଜର ହୀରକ ଜୟନ୍ତୀ ସମାରୋହ

ବିଜେବି କଲେଜର ହୀରକ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ବିଜେବି କଲେଜର ପୂର୍ବତନ ଛାତ୍ର ସଂସଦ ଦ୍ୱାରା କଲେଜର ହୀରକ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ବିଶେଷ ସମାରୋହରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହୀରକ ଜୟନ୍ତୀ ଉତ୍ସବ ଓ ନୂଆବର୍ଷ ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଖଣ୍ଡପଡା ରାଜଙ୍କ ଦ୍ୱାରା ପ୍ରଦତ୍ତ ଖଣ୍ଡପଡା ଟ୍ରଫିକୁ କଲେଜର ଶ୍ରେଷ୍ଠ ଅଲରାଉଣ୍ଡର ଛାତ୍ରୀ ଅଙ୍କିତା ରାୟଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରଦାନ କରିଥିଲେ । ଖଣ୍ଡପଡା ଟ୍ରଫି ପ୍ରଦାନ ସମୟରେ ଖଣ୍ଡପଡା ଯୁବରାଜ ତଥା ବିଜେବି କଲେଜର ପୂର୍ବତନ ଛାତ୍ରସଂସଦ ସଭାପତି ସିଦ୍ଧାର୍ଥ ଶେଖର ସିଂ ଓ ପୁରାତନ ଛାତ୍ରସଂଘର ସଦସ୍ୟ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ ।

ONA

Leave a Reply

Top