You are here
Home > ପଲିଟିକ୍ସ > ବିଜେପୁର ବ୍ୟାଟେଲ୍: ତିନି ଦଳର କ୍ୟାମ୍ପେନ୍ କମ୍ପୁଛି ବିଜେପୁର

ବିଜେପୁର ବ୍ୟାଟେଲ୍: ତିନି ଦଳର କ୍ୟାମ୍ପେନ୍ କମ୍ପୁଛି ବିଜେପୁର

ବିଜେପୁର :  ଚାଲିଛି ବିଜେପୁର ବ୍ୟାଟେଲ୍ । ବାଜା ରୋଷଣୀ ହାଲ୍ଲାବୋଲ, କ୍ୟାମ୍ପେନ୍ ଷ୍ଟାଇଲରେ କମ୍ପୁଛି ବିଜେପୁର ଦାଣ୍ଡ। କିନ୍ତୁ ଭିତରେ ଚାଲିଛି ଭୟଙ୍କର ରଣନୀତି । କଳେବଳେ କୌଶଳେ ବିଜେପୁର ଦଖଲ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି । କେତେ ବେଳେ କାହା ପଲ୍ଲା ଭାରି ହେଉଛି ତାହା ଆକଳନ କରି ହେଉନି । କଂଗ୍ରେସ ପ୍ରାର୍ଥି କୁଲତା ଭୋଟକୁ ଏକାଠି କରି ଆଗକୁ ବଢୁଛନ୍ତି । ନବୀନ କହିଛନ୍ତି ଆମେ ହିଁ ଜିତିବୁ ବିଜେପୁର ।  ବିଜେପି କହୁଛି, ବିଜେପୁରରେ ବିକାଶର ଚିହ୍ନ ବର୍ଣ୍ଣ ନଥିବାରୁ ବିଜେଡିକୁ ବାଦ୍ ଦେଇ ଲୋକେ ବିଜେପିକୁ ଯିତିବାକୁ ମନ ବଳାଇଛନ୍ତି । …

ଜମି ସାରିଲାଣି ବିଜେପୁର ଉପନିର୍ବାଚନ ପ୍ରଚାର । ୩ ପ୍ରମୁଖଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥି ଜୀ-ଜାନ୍ ଦେଇ ପ୍ରଚାର ମୈଦାନରେ ଶକ୍ତି ପ୍ରଦର୍ଶନରେ ମାତିଛନ୍ତି । ବିଜେଡିର ବହୁ ହେଭିୱେଟ୍ ନେତା ଓ ମନ୍ତ୍ରୀ ବରଗଡ ଓ ବିଜେପୁରରେ କ୍ୟାମ୍ପ ପକାଇଛନ୍ତି । ଦଳୀୟ ପ୍ରାର୍ଥି ରୀତା ସାହୁଙ୍କୁ ଜିତାଇବା ଏବେ ବିଜେଡି ପାଇଁ ସମ୍ମାନ ପ୍ରଶ୍ନ ହେଲାଣି । ତେଣୁ ନେତା ଅଭିନେତା ମିଶି ପ୍ରଚାର ଚଳାଇଛନ୍ତି।  ନିଜେ ରୀତା ସାହୁ ପଞ୍ଚାୟତ ପଞ୍ଚାୟତ ବୁଲି କ୍ୟାମ୍ପେନ କରିଛନ୍ତି । ଆଉ ଶିବରାତ୍ରିରେ ଆଜି ରଣନୀତି ଥିଲା ରୀତା ଯାଇଥିଲେ ଶିବମନ୍ଦିର। ଏଣେ ଆଜି ନବୀନ ଯାଇଛନ୍ତି ଦିଲ୍ଲୀ। କିନ୍ତୁ ଯିବା ପୂର୍ବରୁ କହିଯାଇଛନ୍ତି ବିଜେପୁରରେ ବିଜେଡି ଭଲ ମାର୍ଜିନରେ ଜିତିବ ।

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପୁରା ଦମ୍ ରେ ଲାଗିଛନ୍ତି ନିର୍ବାଚନ ଜିତିବାକୁ । ବିଜେଡିର ଷ୍ଟାର ପ୍ରଚାରକୁ ବିଜେପି ମଧ୍ୟ ଷ୍ଟାର ପ୍ରଚାରରେ ଟକ୍କର ଦେଉଛି। ରାଜ୍ୟ ସ୍ତରୀୟ ନେତା ଓ କେନ୍ଦ୍ର ମନ୍ତ୍ରୀ ବି କ୍ୟାମ୍ପେନରେ ଲାଗିଛନ୍ତି । ଆଜି ବିଜେପୁରର ୩ଟି ବ୍ଲକରେ ଦଳୀୟ ପ୍ରାର୍ଥିଙ୍କ ପାଇଁ ଅଭିନେତ୍ରୀ ଅନୁ ଚୌଧୁରୀ, ମହାଶ୍ବେତା ରାୟ, ଓ ମିହିର ଦାସ ପ୍ରଚାର କରିଛନ୍ତି । କଂଗ୍ରେସର ରଣନୀତି ବିଲକୁଲ ଭିନ୍ନ। ପ୍ରଚାରର ଷ୍ଟାଇଲ ବା ମାହୋଲକୁ କଂଗ୍ରେସ ଗୁରୁତ୍ବ ଦେଉନି। ବରଂ ପ୍ରାର୍ଥି ପ୍ରଣୟ ସାହୁ ଭିନ୍ନ ରଣନୀତି ଆପଣାଇଛନ୍ତି ଆଉ ଧିରେ ଧିରେ ଲୋକଙ୍କ ମୁହଁରେ ପ୍ରଣୟଙ୍କ କଥା ଶୁଣିବାକୁ ମିଳିଲାଣି। ନିଜ ଜାତି କୁଲତା ଭୋଟକୁ ଏକାଠି କରି ବେଶ୍ ଆଗକୁ ବଢୁଥିବା ସାମ୍ନାକୁ ଆସିଛି । ନିଜ ବ୍ଲକ ଗାଇସିଲେଟରେ ୮୦ ପ୍ରତିଶତ ଭୋଟ ନେବାକୁ ପ୍ରଣୟ ସାହୁ ଟାର୍ଗେଟ ରଖିଛନ୍ତି । ଡୋର ଟୁ ଡୋର ବୁଲିବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ଦଳ ତରଫରୁ ୧୫ରେ ବରପାଲି  ଓ ୧୬ ତାରିଖରେ ବିଜେପୁରରେ ସାଧାରଣ ସଭା କରାଯିବ ବୋଲି ସ୍ଥିର ହୋଇଛି । ଯେହେତୁ ବିଜେପୁର ଆସନ ଗତ ୩ ଟର୍ମ କଂଗ୍ରେସ ହାତରେ ଥିଲା ସେଥିପାଇଁ ଦଳ ଆଶାବାଦୀ ଅଛି ।ନିଜ ନିଜ ଷ୍ଟାଇଲରେ ସବୁ ଦଳ ରଣନୀତି ପ୍ରସ୍ତୁତରେ ମାତିଛନ୍ତି ବିଜେପୁର ଦଖଲ କରିବାକୁ । କିନ୍ତୁ ଭୋଟର ଏବେ ବି ନେତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ବୋଧହୁଏ ଠିକ୍ ସମୟରେ ହିଁ ଠିକ୍ ନେତା ଓ ଠିକ୍ ଦଳକୁ ଜିତେଇବାକୁ ନିଷ୍ପତ୍ତି ନେବେ ।

ONA

Leave a Reply

Top