You are here
Home > ପଲିଟିକ୍ସ > ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

ବିଜେପୁର  : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୀତା ସାହୁ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ଦିନ ପାଇଁ ମାରାଥନ ପ୍ରଚାର କରିଛନ୍ତି ।  ସମୟ ଯେତିକି ପାଖେଇ ଆସୁଛି ବିଜେପୁରରେ ନିର୍ବାଚନ ପ୍ରଚାର ସେତିକି ଜୋର ଧରୁଛି । ବରଗଡ଼ରେ ରାତ୍ରି ବିତାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁରରେ ଦ୍ବିତୀୟ ଦିନ ପାଇଁ ମାରାଥନ ପ୍ରଚାର କରିଛନ୍ତି। ଗାଇସିଲେଟ୍ ଓ ବିଜେପୁରରେ ପ୍ରଚାର କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବଖାଣିଛନ୍ତି । ଜଳ ସମସ୍ୟାର ସମାଧାନ ପାଇଁ ସରକାର ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ଘୋଷଣା କରିଛନ୍ତି । ହସ୍ତତନ୍ତକୁ ଜିଏସ୍‌ଟି ମୁକ୍ତ କରିବା ପାଇଁ ପ୍ରୟାସ ଚାଲିଛି । ବିଜେପୁରର ବିକାଶ ପାଇଁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେଡି ନେତାମାନେ ମଧ୍ୟ ଆଜି ପ୍ରଚାରରେ ସାମିଲ ହୋଇଛନ୍ତି।

ONA

Leave a Reply

Top