You are here
Home > ପଲିଟିକ୍ସ > ବିଜେପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର, ପିଇବା ପାଣି ଓ ଜଳସେଚନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାଙ୍କୁ କଲେ ଟାର୍ଗେଟ

ବିଜେପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର, ପିଇବା ପାଣି ଓ ଜଳସେଚନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାଙ୍କୁ କଲେ ଟାର୍ଗେଟ

ବରଗଡ଼: ପ୍ରଚାରରେ କମ୍ପୁଛି ବିଜେପୁର । ପଦ୍ମପାଇଁ ପ୍ରଚାର କରିବାକୁ ଆଜି ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀ  ଅଶୋକ ପାଣିଗ୍ରାହୀ ଓ ସମର୍ଥକଙ୍କ ଗହଣରେ ସଭାରେ ଫୁଟାଇଥିଲେ ପଦ୍ମଫୁଲ । ବିଜେପୁରର ବୁଦେରପାଲିରେ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେ.ଭି ସିଂହଦେଓ, ଜୟ ନାରାୟଣ ମିଶ୍ର, ପ୍ରଦୀପ ପୁରୋହିତ ଓ ଅଶ୍ବିନୀ ଷଡଙ୍ଗୀ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ। ଆଉ  ପ୍ରଚାର ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ରାଜ୍ୟରେ ୧୮ ବର୍ଷ ଧରି ଶାସନ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବରଗଡ଼ବାସୀ ଅନାସ୍ଥା ପ୍ରକଟ କରିଛନ୍ତି। ରାଜ୍ୟରେ ଏତେ ବର୍ଷ ଶାସନକାଳରେ ରହିଲା ପରେ ମଧ୍ୟ ଚାଷୀଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ଓ ପିଇବାପାଣିର ସୁବ୍ୟବସ୍ଥା ନାହିଁ। ୩ ବର୍ଷ ହେଲା ଗାଇସିଲଟ୍ ଅଞ୍ଚଳ ପ୍ରତାରିତ ହେଉଛି। ସେଠାରେ ଚାଷୀ ଆନ୍ଦୋଳନ ହେବା ପରେ ମଧ୍ୟ ରାଜ୍ୟ ସରକାର ଏହାକୁ ଖାତିର କରୁନଥିବା ସହ ସରକାରଙ୍କ ବିରୋଧୀମୂଳକ କାର୍ୟ୍ୟ ବିଷୟରେ ଶ୍ରୀ ପ୍ରଧାନ ସମାଲୋଚନା କରିଥିଲେ। ଏଥର ବିଜେପୁରବାସୀ ଶ୍ରୀ ପାଣୀଗ୍ରାହୀଙ୍କ ଉପରେ ଆସ୍ଥା ପ୍ରକଟ କରି ଦେଖନ୍ତୁ ବୋଲି ମତ  ରଖିଥିଲେ ଧର୍ମେନ୍ଦ୍ର ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ। ମୋଦିଙ୍କ ସରକାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ଦେଢ ଗୁଣା ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରିଥିଲେ । ଏଥିସହ ଚଳିତ କେନ୍ଦ୍ରୀୟ

ବଜେଟରେ ୧୦ କୋଟି ପରିବାର, ୫୦ କୋଟି ଲୋକ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟୁଷ୍ମାନ ଯୋଜନାରେ ଭାରତର ଲୋକମାନେ ଲାଭବାନ ହୋଇପାରିବା ନେଇ ନିଜ ଭାଷଣରେ କହିଥିଲେ।

ଏତଦବ୍ୟତିତପାଣ୍ଡିଆନଙ୍କ ଘରକୁ ବିଜେପି କର୍ମୀଙ୍କ ଗୋବର ମାଡ଼ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି ସମାଲୋଚନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ୨୦୧୭ ବର୍ଷରେ ଅନ୍ୟ ସରକାରଙ୍କ ଉପରକୁ ମାଡ ହେବା ୩ଟି ଘଟଣା ଘଟିଥିଲେ ବି ନବୀନ ଚୁପ୍ ଥିଲେ କାହିଁକି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର ।

ONA

Leave a Reply

Top