You are here
Home > ଲାଟେଷ୍ଟ > ବିଜେପୁରରେ ଅବାଧ ନିର୍ବାଚନ ନେଇ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଜେପୁରରେ ଅବାଧ ନିର୍ବାଚନ ନେଇ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଜେପୁର : ବିଜେପୁର ଉପ ନିର୍ବାଚନକୁ ପୋଲିସ ଓ ପ୍ରଶାସନିକ କଳକୁ ଲଗାଇ ପ୍ରଭାବିତ କରିବା ନେଇ ଶାସକ ବିଜୁ ଜନତା ଦଳ ଉପରେ ସଂଗୀନ ଅଭିଯୋଗ ଲଗାଇବା ସହ ମୁକ୍ତ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିଶନକୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରୁ ଫେରିବା ପରେ ତାଙ୍କର ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବଛା ବଛା ଶହେ ଜଣ ସରକାରୀ କର୍ମଚାରୀଙ୍କ ସହ ବୈଠକ କରି ସେମାନଙ୍କୁ ଛୁଟି ଦେଇ ବିଜେପୁର ନିର୍ବାଚନରେ ବିଜେଡି ପାଇଁ  କାମ କରିବାକୁ ପଠାଇଛନ୍ତି । ଶ୍ରୀ  ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପାଂଚ ଅଧିକାରୀ ଭି. କେ ପାଣ୍ଡିଆନ, ଡି.ଏସ. କୁଟ୍ଟେ, ରୂପା ରୋସନ ସାହୁ, ଗୋପବନ୍ଧୁ ଦାସ, ଓ ପ୍ରଦୀପ୍ତ ମହାପାତ୍ରଙ୍କ ନାମ ନେବା ସହ ନିର୍ବାଚନ ସରିବା ଯାଏ ଏମାନଙ୍କର ଗତିବିଧି ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖିବାକୁ ଦାବି କରିଛନ୍ତି । ଏହା ସହ ସେମାନଙ୍କର ଫୋନ କଲ, ଏସଏମସ. ହ୍ୱାଟ୍ସଆପ ଓ ଟେଲିଗ୍ରାମ ଉପରେ ମଧ୍ୟ ନଜର ରଖିବାକୁ ଦାବି କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣତାନ୍ତ୍ରିକ ନିର୍ବାଚନରେ ରାଜନୈତିକ ପ୍ରତିଦ୍ୱନ୍ଦିତା ଅପେକ୍ଷା କରା ଗଲା ବେଳେ ବିଜେପୁର ଉପ ନିର୍ବାଚନରେ ବିଜେଡି ବଦଳରେ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ସହ  ବିଜେପିକୁ ଲଢେଇ କରିବାକୁ ପଡୁଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିବାଦିତ ଏସଡିପିଓଙ୍କୁ ଦଳୀୟ କାର୍ଯ୍ୟ ପାଇଁ ଚାକିରୀରୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେ ଏବେ ବି ଜିଲ୍ଲାରେ ଉପସ୍ଥିତ ଥିବାରୁ ତାଙ୍କୁ ଜିଲ୍ଲାରୁ ତଡିପାର କରିବାକୁ ସେ ଦାବି କରିଛନ୍ତି ।

 

ONA

Leave a Reply

Top